ETV Bharat / state

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମାବେଶ,୨୭ରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 13, 2022, 9:03 PM IST

କଳାହାଣ୍ଡିରେ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ସମାବେଶ । ଆସନ୍ତା ୨୭ ତାରିଖରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନେଇ ଆଲୋଚନା । ଅଧିକ ପଢନ୍ତୁ

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମାବେଶ
ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମାବେଶ

ଭବାନୀପାଟଣା: ପ୍ରାଥମିକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ । କଳାହାଣ୍ଡିରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧକ୍ଷତାରେ ଏହି ସମାବେଶ ଅନୁଷ୍ଠିତ ହୋଇଯାଇଥିଲା । ଦୀର୍ଘ ବର୍ଷ ଧରି ସମାଜକୁ ଶିକ୍ଷିତ କରି ଗଢିତୋଳିବାରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି, ତେଣୁ ଆସନ୍ତା ଡିସେମ୍ବର ୨୭ ତାରିଖ ଦିନ ରାଜଧାନୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ପ୍ରାଥମିକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ତରଫରୁ ସମାବେଶରେ କୁହାଯାଇଛି ।

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମାବେଶ

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାଏକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି, କଳାହାଣ୍ଡି ଜିଲ୍ଲାର ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକ ମାନେ ଏହି ସମାବେଶରେ ସାମିଲ ହୋଇଥିଲେ । ସମାଜକୁ ଶିକ୍ଷିତ କରି ଗଢିତୋଳିବାରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ବେଳେ ଏନେଇ ଆସନ୍ତା ଦିନରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ରାଜ୍ୟ ସଭାପତି ପ୍ରକାଶ କରିଥିଲେ । ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ଗଣ ଶିକ୍ଷକ ମାନଙ୍କୁ ନିୟମିତି ନିଯୁକ୍ତି ଏବଂ ଏକ୍ସ କ୍ୟାଡ଼ର ଶିକ୍ଷକ ମାନଙ୍କୁ କ୍ୟାଡର ଭୁକ୍ତ କରିବା ଭଳି ୮ ଦଫା ଦାବି ନେଇ ଆସନ୍ତା ଡିସେମ୍ବର ୨୭ ତାରିଖ ରାଜ୍ୟ ରାଜଧାନୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବ ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ । ଆଜି ଭବାନୀପାଟଣା ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଶିକ୍ଷକ ମାନେ ମତ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ନାଗର 10 କୋଟି ଟଙ୍କାର ସମ୍ପତ୍ତି ଠାବ, SIT ବୈଠକରେ ତଥ୍ୟ ରଖିଲା ED

ଏନେଇ ରାଜ୍ୟ ପ୍ରାଥମିକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ସଭାପତି କହିଛନ୍ତି, ''ଏନେଇ ଆଜି କଳାହାଣ୍ଡିରେ ପ୍ରାଥମିକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମାବେଶ କରାଯାଇଛି, ଆସନ୍ତା ୨୭ ତାରିଖ ଦିନ ଆମେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉସ୍ଥାପନ କରିବାର ଏକ ସଂଗ୍ରାମର ଆହ୍ବାନ ଦେଇଛୁ । ସେହି ସଂଗ୍ରାମ ପାଇଁ ଆମେ ଏକଜୁଟ ହୋଇଛୁ, ରାଜ୍ୟ ସରକାରଙ୍କ ନିକଟରେ ଆମର ଯେଉଁ ଦାବି ରହିଛି ,ସେଥି ମଧ୍ୟରୁ ୮ ଦଫା ଦାବି ନେଇ ରାଜଧାନୀରେ ବିକ୍ଷୋପ କରାଯିବ, ତା ମଧ୍ୟରୁ ମୁଖ୍ୟ ରହିଛି କିଛି ଗଣ ଶିକ୍ଷା ଭାଇ ଭଉଣୀଙ୍କୁ ନିୟମିତ କରାଯାଇ ନାହିଁ, ତାଙ୍କୁ ନିୟମିତ କରାଯିବାକୁ ଦାବି କରାଯାଇଛି । ''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.