ETV Bharat / state

ଇଟିଭି ଭାରତ ରିୟାଲିଟି ଚେକ୍, ଆରଟିଓ ଅଫିସରେ କାର୍ଯ୍ୟକାରୀ ହେଉନି କୋରୋନା ଆଡଭାଇଜରି - ETV India's Reality Check

ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା ଆରଟିଓ ଅଫିସରେ ରିଆଲିଟି ଚେକ ପାଇଁ ପହଞ୍ଚି ଥିଲା ଇଟିଭି ଭାରତ । ଆରଟିଓ ଅଫିସରେ ନା ଅଛି ହାତ ଧୋଇବାର ବ୍ୟବସ୍ଥା ନା କାର୍ଯ୍ୟକାରୀ ହେଉଛି ଆଡ଼ଭାଇଜରି । ଅଧିକ ପଢନ୍ତୁ..

ଇଟିଭି ଭାରତର ରିୟାଲିଟି ଚେକ୍, ଆରଟିଓ ଅଫିସରେ କାର୍ଯ୍ୟକାରୀ ହେଉନି କୋରୋନା ଆଡଭାଇଜରି

author img

By

Published : Mar 22, 2020, 4:38 AM IST

କଳାହାଣ୍ଡି: କୋରୋନା ନିୟନ୍ତ୍ରଣକୁ ନେଇ ଗୋଟିଏ ପଟେ ସରକାର ବିଭିନ୍ନ ଗାଇଡ ଲାଇନ ଜାରି କରିଥିବା ବେଳେ ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା ଆରଟିଓ ଅଫିସରେ ରିଆଲିଟି ଚେକ ପାଇଁ ପହଞ୍ଚି ଥିଲା ଇଟିଭି ଭାରତ ।

ଇଟିଭି ଭାରତ ରିୟାଲିଟି ଚେକ୍, ଆରଟିଓ ଅଫିସରେ କାର୍ଯ୍ୟକାରୀ ହେଉନି କୋରୋନା ଆଡଭାଇଜରି

ମାତ୍ର ସେଠାରେ ପହଞ୍ଚିବାପରେ ସମସ୍ତ ସତ ପଦାରେ ପଡିଥିଲା । ଆରଟିଓ ଅଫିସରେ ନା ଅଛି ହାତ ଧୋଇବାର ବ୍ୟବସ୍ଥା ନାକାର୍ଯ୍ୟକାରୀ ହେଉଛି ଆଡ଼ଭାଇଜରି ।

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯାନବାହନର ଟ୍ୟାକ୍ସ ପଇଠ ପାଇଁ ନିୟମ ଥିବାବେଳେ ଲୋକେ ବାଧ୍ୟ ବାଧକତାରେ ଏବେ ଅଫିସ ମୁହାଁ । ହେଲେ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେଠାରେ ନାଁ ହାତ ସଫା ପାଇଁ ବ୍ୟବସ୍ଥା ଅଛି ନା ଅଛି କାହା ମୁହଁରେ ମାସ୍କ । ସେ ଅଫିସର କର୍ମଚାରୀ ହୁଅନ୍ତୁ ଅଥବା ସାଧାରଣ ଲୋକ । ମନେ ହେଉଛି ସତେ ଯେମିତି ଏବେ ବି ଏମାନେ ବୁଝି ନାହାନ୍ତି କୋରୋନାର ଭୟାବହତା ସମ୍ପର୍କରେ ।

ଯଦିଓ ପ୍ରଶାସନ ପକ୍ଷରୁ କୋରୋନା ସଚେତନତାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି କିନ୍ତୁ ତାର ପ୍ରଭାବ ଏଠାରେ ଶୂନ । ସେପଟେ ଜିଲ୍ଲା ପରିବହନ ଅଧିକାରୀ କହୁଛନ୍ତି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.