ETV Bharat / state

ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ, ଆଜି ବି କାନ୍ଦୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ - ଇନ୍ଦ୍ରାବତୀ ଜଳଭଣ୍ଡାର

ସମୃଦ୍ଧ ଓଡିଶାରେ ଜଳବନ୍ଦୀ ଜୀବନର ଚିତ୍ର । ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାର ହେବା ଦିନଠାରୁ ୪୨ ଖଣ୍ଡ ଗାଁ ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି । ଆଜିବି ଏମାନଙ୍କ ପାଇଁ ଅପହଞ୍ଚ ମୌଳିକ ସୁବିଧା ସୁଯୋଗ । ବୁଡି ଅଞ୍ଚଳରୁ ଦେଖନ୍ତୁ ‘ଇଟିଭି ଭାରତ’ର ଗ୍ରାଉଣ୍ଡ ରିପୋର୍ଟ ।

Displaced of Indravati dam project
ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ, ଅଜିବି କାନ୍ଦୁଛନ୍ତି ଇନ୍ଦ୍ରବତୀ ବିସ୍ଥାପିତ
author img

By

Published : Nov 27, 2019, 10:21 AM IST

Updated : Nov 27, 2019, 10:49 AM IST

ଭବାନୀପାଟଣା: ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା । ଜିଲ୍ଲାରେ ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ ନିର୍ମାଣ ହୋଇଛି ଇନ୍ଦ୍ରାବତୀ ଜଳଭଣ୍ଡାର । ଏପରିକି ଏହି ଡ୍ୟାମ ସମଗ୍ର ଭାରତ ବର୍ଷର ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ପରିଚିତ । ଡ୍ୟାମ ହେବା ଦିନରୁ ଆଜିଯାଏଁ ୪୨ ଖଣ୍ଡ ଗାଁ ଲୋକେ ବାହ୍ୟ ଜଗତରୁ ବିଛିନ୍ନ । ସରକାରଙ୍କ ବିକାଶମୁଖୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ।

ଡ୍ୟାମ ନିର୍ମାଣର 5 ଦଶନ୍ଧି ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ବାସିନ୍ଦା । ଡ୍ୟାମ ପାଇଁ ଦୁର୍ଦ୍ଦିନରେ ଭାସୁଛନ୍ତି ହଜାର ହଜାର ବିସ୍ଥାପିତ ଓ ବୁଡି ଅଞ୍ଚଳରେ ସର୍ବଦା ବିତାଉଛନ୍ତି ଜଳବନ୍ଦୀ ଜୀବନ । ମୌଳିକ ସୁବିଧାଠୁ ଆରମ୍ଭ କରି ସାମାଜିକ ସୁରକ୍ଷା ସବୁ ଅପହଞ୍ଚ ଏଠାକାର ଗରିବ ଆଦିବାସୀଙ୍କ ପାଇଁ । ଦେଖନ୍ତୁ ‘ଇଟିଭି ଭାରତ’ର ଏହି ଗ୍ରାଉଣ୍ଡ ରିପୋର୍ଟ..

ଇଟିଭି ଭାରତର ଗ୍ରାଉଣ୍ଡ ରିପୋର୍ଟ, ଆଜି ବି କାନ୍ଦୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ

କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଇନ୍ଦ୍ରାବତୀ ଜଳଭଣ୍ଡାର । ଡ୍ୟାମ ନିର୍ମାଣ ପରେ ଜିଲ୍ଲାର 1 ଲକ୍ଷ 28 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସହିତ 600 ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହେଉଛି । ହେଲେ ଦୀପତଳ ଅନ୍ଧାର ପରି ଏଯାଏଁ ବିକାଶକୁ ଅନେଇ ବସିଛନ୍ତି ବୁଡି ଅଞ୍ଚଳବାସୀ । ଏତିକିରେ ସରିନି ଏଠାକାର ବିସ୍ଥାପିତଙ୍କ ଦୁର୍ଦ୍ଦଶା । ବୁଡି ଅଞ୍ଚଳରେ କେତେବେଳେ ଡଙ୍ଗାବୁଡିରେ ଜୀବନ ଯାଉଛି ତ କେବେ ଡରାଉଛି ଡାଇରିଆ ଏବଂ ମ୍ୟାଲେରିଆ । ଏହା ସହ ମୌଳିକ ସମସ୍ୟାରେ ସଢୁଛନ୍ତି ଅହରହ । ଅଞ୍ଚଳବାସୀଙ୍କ ପାଇଁ ଡଙ୍ଗା ଏକମାତ୍ର ଯାତାୟାତର ମାଧ୍ୟମ ହୋଇଥିବାବେଳେ ଏଯାଏଁ ଡଙ୍ଗାବୁଡିରେ ଗଲାଣି 220 ଜଣଙ୍କ ପ୍ରାଣ । ଏହା ସହ ସଙ୍ଘର୍ଷମୟ ଜୀବନ ଭିତରେ ଜୀବିକା, ସ୍ୱାସ୍ଥ୍ୟ ସେବା, ଶିଷା ବିଜୁଳି ଭଳି ମୌଳିକ ସମସ୍ୟା ସହ ଏମାନଙ୍କୁ ଜୁଝିବାକୁ ପଡୁଛି ।

ଡ୍ୟାମର 110 ବର୍ଗ କିମି ପ୍ରଶସ୍ତ ଜଳରାଶି ମଧ୍ୟରେ ବିଲିନ ହୋଇଯାଇଛି ଜିଲ୍ଲାର 4 ପଞ୍ଚାୟତର 42 ଗାଁ । 2630 ବର୍ଗ କିମି ଜଙ୍ଗଲ ପାଲଟିଯାଇଛି ବୁଡି ଅଞ୍ଚଳ । ଏପଟେ ଜଳସେଚନ, ବିଦ୍ୟୁତ ଉତ୍ପାଦନ ଏବଂ ରାଜସ୍ବ ବୃଦ୍ଧି ଆଶାରେ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କୁ ମିଳିଛି ସାମାନ୍ୟତମ କ୍ଷତିପୂରଣ । ଜଳବନ୍ଦୀ ଜୀବନ ବିତାଉଥିବା ଏହି ଅଭିଶପ୍ତ ମଣିଷ ମାନଙ୍କର ଏଯାବତ ମାନବ ସମ୍ୱଳର ବିକାଶ ହୋଇପାରିଲା ନାହିଁ । ଯେଉଁମାନେ ଇନ୍ଦ୍ରାବତୀ ପାଇଁ ନିଜର ଜୀବନ ଜୀବିକାକୁ ତୁଛ କରି ସର୍ବସ୍ୱ ଅଜାଡି ନିସ୍ୱ ହୋଇଗଲେ ସେମାନଙ୍କ ହାଲଚାଲ ବୁଝିବା ବେଳକୁ ସମସ୍ତେ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି ।

ଡ୍ୟାମ ନିର୍ମାଣ ପାଇଁ ସର୍ବସ୍ବ ହରାଇ ପାହାଡ ଉପରେ ଏମାନେ ବିତାଉଛନ୍ତି ଅଭିଶପ୍ତ ଜୀବନ । ତେବେ କଣ ଏମାନଙ୍କର ନାହିଁ ମୌଳିକ ଅଧିକାର ? ସର୍ବସ୍ବ ହାରାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଦୁଃଖ ବୁଝୁଛି କିଏ ? ଏମାନଙ୍କ ପାଇଁ କଣ କରିଛନ୍ତି ପ୍ରଶାସନ ବା ସରକାର । ଲାଗୁଛି ସମୃଦ୍ଧ ଓଡିଶାରେ ଏମାନଙ୍କ ପାଇଁ ଜଳବନ୍ଦୀ ଜୀବନ ହିଁ ଶ୍ରେୟ ?

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Nov 27, 2019, 10:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.