ଭବାନୀପାଟଣା: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ଭାଇରସ । ଦିନକୁ ଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଶେଷକରି କ୍ବାରେଣ୍ଟାଇନ ସେଣ୍ଟରରୁ ଅଧିକ ମାତ୍ରାରେ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 71 କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିରୁ 57ଜଣ ସୁସ୍ଥ ହୋଇଥିବା ବେଳେ 14ଜଣ ଚିକିତ୍ସାଧିନ ଅଛନ୍ତି ।
ଅନ୍ୟପଟେ ସଂକ୍ରମଣକୁ ରୋକିବା ପାଇଁ ସରକାର କ୍ବାରେଣ୍ଟାଇନ ସେଣ୍ଟର ବ୍ୟବସ୍ଥା କରିଛନ୍ତି । ତେବେ ପ୍ରକୃତରେ କ୍ବାରେଣ୍ଟାଇନ ସେଣ୍ଟର କିପରି ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା । ସେଣ୍ଟରରେ ରହୁଥିବା ପ୍ରବାସୀ କିପରି ରହୁଛନ୍ତି । ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପ୍ରବାସୀ । ଏନେଇ କଳାହାଣ୍ଡିରେ କ୍ବାରେଣ୍ଟାଇନ ସେଣ୍ଟରରେ ବାସ୍ତବ ସ୍ଥିତି ପରଖିଛି ‘ଇଟିଭି ଭାରତ’ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ