ETV Bharat / state

ଶକ୍ତିମନ୍ତ୍ରୀଙ୍କ ଜିଲ୍ଲାରେ ଶକ୍ତି ସଙ୍କଟ, ବଢୁଛି ଜନ ଅସନ୍ତୋଷ

କଳାହାଣ୍ଡି ଜିଲ୍ଲାରେ ଏବେ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଅଘୋଷିତ ବିଦ୍ୟୁତ କାଟ । ଦିନକୁ ଦିନ ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

author img

By

Published : Jul 27, 2021, 8:02 PM IST

Electricity disruption in Kalahandi
କଳାହାଣ୍ଡିରେ ବିଦ୍ୟୁତ ବିଭ୍ରାଟ ,ବଢୁଛି ଜନ ଅସନ୍ତୋଷ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବିଜୁଳିର ଲୁଚକାଳି ଖେଳ ବୃଦ୍ଧି ପାଉଛି ଦିନକୁ ଦିନ ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ଏବେ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଅଘୋଷିତ ବିଦ୍ୟୁତ କାଟ । କହିବାକୁ ଗଲେ ଦିନକ ୨୪ ଘଣ୍ଟାରେ ୨୪ ଥର କଟୁଛି ବଦ୍ୟୁତ । ପରିସ୍ଥିତି ଏପରି ଆସିଛି ଯେ ବିଭିନ୍ନ ରାଜନୈତିକ ଦଳ ସହ ଅନ୍ୟାନ୍ୟ ସଙ୍ଗଠନ ଏବେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ।

ସଦର ମହକୁମା ଭବାନୀପାଟଣା ସହରର ଜନସଂଖ୍ୟା ପ୍ରାୟ ୩ ଲକ୍ଷକୁ ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ପ୍ରାୟ ୫୦ ହଜାର । ତେବେ ପୂର୍ବରୁ ଜିଲ୍ଲାକୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ରାୟଗଡା ଜିଲ୍ଲା ଥେରୁବାଲିରୁ ୧୩୨ କେଭି ବିଦ୍ୟୁତ ଯୋଗାଣ ହେଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ଗ୍ରୀଡ ଦେଇ କୋକସରା, ଜୟପାଟଣା, କଲମପୁର ବ୍ଲକ ଓ ଧର୍ମଗଡ ଉପଖଣ୍ଡର ପ୍ରାୟ ୨୦୦ ଖଣ୍ଡ ଗାଁକୁ ସିଧାସଳଖ ଭାବେ ବିଦ୍ୟୁତ ଯୋଗାଣ ସେବା ଆରମ୍ଭ ହୋଇଛି। ହେଲେ ଏଯାଏଁ ଦୂର ହୋଇପାରିନି ଭବାନୀପାଟଣା ସହରର ବିଦ୍ୟୁତ ସମସ୍ୟା । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ଯୋଗୁଁ ଅସ୍ୟବ୍ୟସ୍ତ ହୋଇପଡୁଛି ଜନ ଜୀବନ ।

କେବେ କେବେ ସ୍ବଳ୍ପ ବର୍ଷା ହେଲେ ଟିକେ ନିସ୍ତାର ନହେଲେ ତାପମାତ୍ରା ମଧ୍ୟ ପ୍ରାୟ ୩୦ ଡିଗ୍ରୀ ରହୁଛି ଆଉ ଅନୁଭୁତ ହେଉଛି ଗୁଳୁଗୁଳି । ଏଇ ସମୟରେ ବିଦ୍ୟୁତ ବିଭ୍ରାଟ ସାଧାରଣ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଦେଉଛି । ଶକ୍ତିମନ୍ତ୍ରୀଙ୍କ ଜିଲ୍ଲାରେ ବିଦ୍ୟୁତ ବିଭ୍ରାଟ ନେଇ ଲୋକେ ପ୍ରତିଦିନ ସାମାଜିକ ଗଣ ମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରୁଛନ୍ତି। ପତ୍ର ହଲିଲେ ବି ବିଦ୍ୟୁତ କାଟ ହେଉଛି ବୋଲି ବିଭାଗକୁ ସମାଲୋଚନା କରୁଛନ୍ତି । ହେଲେ ଏ ସମସ୍ୟାର ସମାଧାନ ଦିଗରେ କୌଣସି ଉଦ୍ୟମ ହେଉଛି ନା ସମୀକ୍ଷା ହେଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.