ETV Bharat / state

ଦୁର୍ଗମ ଅଞ୍ଚଳରେ ସ୍ଥାପନ ହେବ ଏକଲବ୍ୟ ବିଦ୍ୟାଳୟ

author img

By

Published : Nov 16, 2021, 10:27 AM IST

କେନ୍ଦ୍ର ସରକାର ଦେଶର ୫୦ଟି ସ୍ଥାନରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ଓଡ଼ିଶାର ୧୫ଟି ସ୍ଥାନରେ ଏହି ବିଦ୍ୟାଳୟ ସ୍ଥାପନ ହେବ ବୋଲି ଚୂଡାନ୍ତ ହୋଇଛି । ଏଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ଅନ୍ୟତମ । ଅଧିକ ପଢନ୍ତୁ

ଦୁର୍ଗମ ଅଞ୍ଚଳରେ ସ୍ଥାପନ ହେବ ଏକଲବ୍ୟ ବିଦ୍ୟାଳୟ
ଦୁର୍ଗମ ଅଞ୍ଚଳରେ ସ୍ଥାପନ ହେବ ଏକଲବ୍ୟ ବିଦ୍ୟାଳୟ

ଭାବାନୀପାଟଣା: ଦୁର୍ଗମ ଅଞ୍ଚଳରେ ସ୍ଥାପନ ହେବ ଏକଲବ୍ୟ ବିଦ୍ୟାଳୟ। ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ କେନ୍ଦ୍ର ସରକାର ଦେଶର ୫୦ଟି ସ୍ଥାନରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଓଡ଼ିଶାର ୧୫ଟି ସ୍ଥାନରେ ଏହି ବିଦ୍ୟାଳୟ ସ୍ଥାପନ ହେବ ବୋଲି ଚୂଡାନ୍ତ ହୋଇଛି । ଏଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକ ଅନ୍ୟତମ । ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ବିଦ୍ୟାଳୟ ଅଞ୍ଚଳ ପାଇଁ ସୌଭାଗ୍ୟ ସୁଯୋଗ ସୃଷ୍ଟି କରିପାରିଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକର ସାଇସୁରୁନୀଠାରେ ଏହି ବିଦ୍ୟାଳୟ ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭର୍ଚ୍ଚୁଆଲ୍ ମାଧ୍ୟମରେ ସମସ୍ତ ଏକଲବ୍ୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ଦେଇଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସାଇସୁରୁନିଠାରେ ଏହି ଏକଲବ୍ୟ ବିଦ୍ୟାଳୟର ଭୂମି ପୂଜନ ଉତ୍ସବକୁ ଉଦଘାଟନ କରିଛନ୍ତି। ଅନୁଷ୍ଠିତ ଏହି ଭୂମି ପୂଜନ ଉତ୍ସବରେ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନ ସାଧାରଣ ସାମିଲ ହୋଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.