ETV Bharat / state

ଆକ୍ସନ ମୋଡରେ ଇଡି, ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା - ଅର୍ଚ୍ଚନା ନାଗ ମାମଲା

ଅର୍ଚ୍ଚନା ନାଗ ମାମଲାରେ ଆଜି ରାଜ୍ୟର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଇଡି । ଅର୍ଚ୍ଚନାଙ୍କ ପୈତୃକ ଘରେ ଇଡିର ଚଢାଉ । ଅଧିକ ପଢନ୍ତୁ

ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା
ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା
author img

By

Published : Nov 10, 2022, 4:07 PM IST

ଭବାନୀପାଟଣା: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ରାଜ୍ୟର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଇଡି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । ପୋଲିସ ଓ ସିଆରପିଏଫ ଫୋର୍ସ ଛାଉଣୀରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ତଦନ୍ତ ସମୟରେ ଅନେକ ତଥ୍ୟ ସମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା

ସୂଚନା ଅନୁସାରେ, ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ସମ୍ପତ୍ତିର ବେନାମୀ ଆକଳନ କରୁଛି ଇଡି । ଏହିକ୍ରମରେ ଆଜି ଇଡି ଭୁବନେଶ୍ବର ସ୍ଥିତ ଅର୍ଚ୍ଚନାଙ୍କ ବାସଭବନ ସମେତ ରାଜ୍ୟର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି । ଇଡିର ୧୧ଜଣିଆ ଟିମ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ବାଉଁଶବଣି ଗ୍ରାମରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଚଢାଉ ଜାରି ରଖିଛି । ସେହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । ଚଢାଉ ସମୟରେ ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା ଜାରି ରଖିଛି ଇଡି ।

କଳାହାଣ୍ଡିରୁ ଯାଇ ରାଜଧାନୀରେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରିଥିଲା ଅର୍ଚ୍ଚନା । ନିଜର ନାଗ ଫାସରେ ବଡ଼ ବଡ଼ ନେତା, ମନ୍ତ୍ରୀ, ଅଫିସର ଓ ବ୍ୟବସାୟୀଙ୍କୁ ଫସାଇ କୋଟିପତି ହୋଇଥିଲା । ଶେଷରେ ନିଜ ନାଗ ଫାଶରେ ନିଜେ ଛନ୍ଦି ହୋଇ ଏବେ ଝାରପଡା ଜେଲରେ ରହିଛି ଲେଡି ବ୍ଲାକ ମେଲର । ଏଥିସହ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି ।

୨୦୨୦ ମସିହାରେ ଦୀପାବଳିରେ ସମୟରେ ଅର୍ଚ୍ଚନା କେସିଙ୍ଗା ବୁଢାଡ଼ଙ୍ଗାର ପାହାଡ଼ ପାଦଦେଶର ଆମ୍ବେଦକର ଛକ ନିକଟରେ ଥିବା ଘରକୁ ଏକ ଦାମୀ କାର୍‌ରେ ଆସି ଦୀପାବଳି ଉତ୍ସବ ମନାଇଥିଲା । ସେହିଭଳି ୬ ମାସ ତଳେ ପୁଣି ତାଙ୍କ କେସିଙ୍ଗା ଘରକୁ ସେହି କାର୍‌ରେ ଆସି କିଛି ସମୟ ରହି ଚାଲି ଯାଇଥିଲେ । କେସିଙ୍ଗା ସ୍ଥିତ ଘରକୁ ସେ ପ୍ରାୟ ଆସୁନଥିଲେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କ ବେଶ୍ ଭଲ ଥିବା ଜଣାପଡ଼ିଛି । ଏତମାମ ପ୍ରସଙ୍ଗକୁ ନେଇ ଅର୍ଚ୍ଚନାଙ୍କ ମାଆଙ୍କୁ ପଚାର ଉଚୁରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ-ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ EDର ତନାଘନା

ଅର୍ଚ୍ଚନା ନାଗ ମାମଲାରେ ଅନେକ ବଡ ବଡିଆ ସାମିଲ ଥିବା ଜଣାପଡିଥିଲା । ଫିଲ୍ମ ପ୍ରଯୋଜକଙ୍କଠୁ ନେଇ ବହୁ ବଡ ବଡିଆଙ୍କୁ ଫସାଇ ବ୍ଲାକମେଲ କରୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଅକ୍ଟୋବର 6 ତାରିଖରେ ଗରିଫ କରିଥିଲା । ଦିନକୁ ଦିନ ନେତା ଓ ବ୍ୟବସାୟୀଙ୍କ ଲିଙ୍କ ମଧ୍ୟ ଲମ୍ବିବାରେ ଲାଗିଥିଲା । ଏହି ମାମଲାକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିଥିଲେ । ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ହୋଇ ହାଜତରେ ଅଛନ୍ତି । ଅକ୍ଟୋବର 26ରେ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି ମାରିବା ପରେ ବହୁ ବଡ ବଡିଆଙ୍କ ଗୁମର ଖୋଲିବା ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.