ETV Bharat / state

ରକ୍ଷକ ସାଜିଛି ଭକ୍ଷକ: ଦିନ ଦ୍ବିପ୍ରହରରେ ଦିନ ମଜୁରିଆଙ୍କୁ ଖଟାଉଛି ପୂର୍ତ୍ତବିଭାଗ ! - construction work

ଆଇନ ତିଆରି କରୁଛି ଯିଏ, ଭାଙ୍ଗୁଛି ବି ସିଏ । ଟାଇଁ ଟାଇଁ ଖରାରେ କାମ କରୁଛନ୍ତି ଶ୍ରମିକ । ପୂର୍ତ୍ତବିଭାଗ ଅଧିନରେ ଚାଲିଛି ରାସ୍ତା ଓ କୋଠା ନିର୍ମାଣ କାମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : May 29, 2019, 12:50 PM IST

ଭବାନୀପାଟଣା: ସମୟ ଦିନ ଗୋଟିଏ । ଟାଇଁ ଟାଇଁ ଖରା । ପାରଦ 43 ଡିଗ୍ରୀ ଉପରେ । ଯେଉଁ ସମୟରେ ଘରୁ ବାହାରିବା ବି ମୁସକିଲ । ହେଲେ ଏଠି ପୂର୍ତ୍ତବିଭାଗ ଅଧିନରେ ଚାଲିଛି ରାସ୍ତା ଓ କୋଠା ନିର୍ମାଣ କାମ । ନିୟୋଜିତ ଅଛନ୍ତି ବହୁ ଶ୍ରମିକ । କାହିଁକି ନା ଏମାନେ ଭଲରେ ବୁଝିଛନ୍ତି, ଠିକାଦାରଙ୍କ କଥା ନମାନିଲେ କାମ ମିଳିବନି । ଆଉ କାମ ନକଲେ ପେଟ ପାଇଁ ଦାନା ବି ନାହିଁ । ଏ ଦୃଶ୍ୟ ଖୋଦ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟର । ସରକାରୀ ନିୟମ କାନୁନ ସତେ ଯେମିତି ଏଠି ଧର୍ମକୁ ଆଖିଠାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ନିୟମ ମୁତାବକ ଖରାଯୋଗୁଁ ଦିନ 11ଟା ପରେ କାମ ବନ୍ଦ ରହିବା କଥା । ହେଲେ ଠିକାଦାର କହୁଛନ୍ତି, ଶ୍ରମିକ ବହୁ ଦୂରରୁ ଆସୁଛନ୍ତି । କାମ ଆରମ୍ଭ ହେଲା ବେଳକୁ 9ଟା ହୋଇଯାଉଛି । ଯେଉଁଥିପାଇଁ 12.30 ପର୍ଯ୍ୟନ୍ତ କାମ କରାଇବାକୁ ପଡୁଛି । ସେପଟେ କେବଳ ଗୋଟିଏ ଗୋଟିଏ ନୋଟିସ ଜାରି କରି ଚୁପ ବସିଛି ପ୍ରଶାସନ ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଖରାଦିନେ ଦିନ ଗୋଟିଏ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ଅଧିନରେ କାମ ହେଉଛି, ଅନ୍ୟ ସ୍ଥାନରେ କ’ଣ ହେଉଥିବ । ଦିନ 11ଟାରୁ 3ଟା ପର୍ଯ୍ୟନ୍ତ କାମ ବନ୍ଦ ନେଇ ଯେଉଁ ନିର୍ଦ୍ଦେଶ ରହିଛି, ତାହା କେତେ କାର୍ଯ୍ୟକାରୀ ହେଉଛି । ଯଦି ଶ୍ରମିକଙ୍କ କିଛିହୁଏ, ସେଥିପାଇଁ ଦାୟୀ କିଏ ?

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ସ୍ଲଗ-ସରକାରୀ ନିୟମ ଧର୍ମକୁ ଆଖିଠାର-୪୩ ଡିଗ୍ରୀ ଖରା ରେ ବି ଶ୍ରମିକ ର ପେଟ ପାଇଁ ସଂଘର୍ଷ ।
ରିପୋଟର-ଅଜିତ ସିଂ  
ସ୍ଥାନ-କଳାହାଠି
ତାରିଖ-୨୮/୦୫/୧୯
ଫର୍ମାଟ-ପେକେଜ
ଏଙ୍କର-କଳାହାଠି ଜିଲ୍ଲା ରେ ତାପମାତ୍ରା ଏବେ ୪୩ ଡିଗ୍ରୀ ଉପରେ । ତାଲୁଫଳା ଖରା କୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । ହେଲେ ପେଟ ପାଇଁ ସଂଘର୍ଷ କରୁଥିବା ଶ୍ରମିକ ପାଇଁ ସତେଯେମିତି କାହିରି ନିଘା ନାହିଁ ଆଉ ପ୍ରଶାସନ ବି ଆଖି ଥାଇ ଅନ୍ଧ । ଦେଖନ୍ରୁ ଏ ଦ୍ରୁଶ୍ୟ କୁ ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ରେ ଚାଲିଛି କୋଠା ଓ ରାସ୍ତା ନିର୍ମାଣ କାମ ।ହେଲେ ଏ ଦ୍ରୁଶ୍ୟ ହେଉଛି ଦିନ ୨ ଟା ର ।ଟାଁଏ ଟାଁଏ ଖରା ରେ ରାସ୍ତା ଘାଟ ଖାଁ ଖାଁ । ଈ ଟିଭି ଟିମ ସୂଚନା ପାଇଁ ଖବର ସଂଗ୍ରହ ପାଇଁ ଗଲାବେଳେ ଆମକୁ ଖରା ର ଝାଞ୍ଜି ଅନୁଭୂତ ହୋଇଥିଲା । ହେଲେ ଦ୍ରୁଶ୍ୟ କୁ ଦେଖିଲା ପରେ ମନେହେଲା ଆଇନ ତାବାଟରେ ଏବଂ କଳାହାଠି ଜିଲ୍ଲା ରେ ସରକାରୀ ନିୟମ କାନୁନ କୁ ସତେ ଯେମିତି କାହାରି ଖାତିର ନାହିଁ । ।ଯଦିଓ ଯୋଜନା ଓ ଆଇନ ଅଛି କାର୍ଯକାରୀ କରୁଛି କିଏ । ଏସବୁ ଭିତରେ କିନ୍ତୁ ହନ୍ତସନ୍ତ ସଂସାରୀ ମଣିଷ ।
ବାଇଟ-ବିନୋଦ ନାଏକ (ଶ୍ରମିକ) /ପାର୍ବତୀ ମାଝୀ (ଶ୍ରମିକ)  
ଭିଓ-୨-ଅଂଶୁଘାତ ଜନିତ ସମସ୍ୟା ନେଇ ପ୍ରଶାସନ ସଜାଗଥିବା ନେଇ ଜିଲ୍ଲାପାଳ ଦିନ ୧୧ ଟା ଯାଏଁ ହିଁ ଶ୍ରମିକ କାମକରିବେ ବୋଲି ନିର୍ଦେଶ ଜାରି କରିଛନ୍ତି ।ହେଲେ ଏଠି ଖୋଦ ଜିଲ୍ଲାପାଳ ଙ୍କ କାର୍ଯାଳୟ ନିକଟରେ ରେ ଦିନ ଗୋଟାଏ ଟାଣ ଖରା ରେ କୋଠା ନିର୍ମାଣ ଓ ସହର ମଧ୍ୟରେ ରାସ୍ତା ନିର୍ମାଣ କାର୍ଯରେ ଶ୍ରମିକ କାମ କରୁଥିବା ଦେଖିବାକୁ ମିଳିଛି ।ଜିଲ୍ଲାପାଳ କାର୍ଯାଳୟ କୁ ବିଭିନ୍ନ ବିଭାଗର ସଭ୍ୟ ମଣିଷ ଙ୍କ ଯିବାଆସିବା ଲାଗିରହିଥିଲେ ହେଁ କାହାରି ନିଘା ନାହିଁ ।ଆଉ ପେଟ ପାଇଁ ସଂଘର୍ଷ କରୁଥିବା ଏହି ଖଟୀଖିଆ ମଣିଷ ସରକାର ଙ୍କ ନିୟମ କାନୁନ ବିଷୟ ରେ ଅଜଣା ।ଏବେ ସହର ରେ ତାପମାତ୍ରା ଅହେତୁକ ବ୍ରୁଦ୍ଧି ପାଇଥିବା ବେଳେ ଦିନ ୧୧ ଟାରେ ରାସ୍ତାଘାଟ ଶୂନଶାନ ।ଜରୁରୀ କାମ ଥଲେ ମୁଠ ରେ ଗାମୁଛା,ଆଖିରେ କଳା ଚଷମା ଓ ଛତା ନେଇ ଲୋକେ ବୁଲୁଥିବା ଦେଖିବାକୁ ମିଳୁଥିବା ବେଳେ ଖଟିଖିଆ ଶ୍ରମିକ ର ଅବସ୍ଥା ନିଜେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ମନେହୁଏ ଏମାନେ ସତେ ଯେମିତି ମଣିଷ ନୁହନ୍ତି । ଜିଲ୍ଲାପାଳ ସଚେତନତା ର କଥା କହୁଥିବା ବେଳେ ଏନେଇ ମେ ମାସ ଶେଷ ସୁଦ୍ଧା ପ୍ରଶାସନିକ ନୋଟିସ ଜାରି ହୋଇଥିବା ଖୋଦ ଶ୍ରମିକ ମାନଙ୍କ ତାଦାରଖ ଅଧିକାରୀ ପ୍ରକାଶ କରିଛନ୍ତି । ଯାହା ଶ୍ରମିକ ର ଆତ୍ମସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସ୍ରୁଷ୍ଟି କରେ,,,,,,,,,,,,,,?????? 
ବାଇଟ-ଚିନ୍ନମୟ ବେହେରା-(ଶ୍ରମିକ ନେତା) ବାଇଟ-ଶ୍ରୀକାନ୍ତ ସାହାଣୀ(ପ୍ରୋଜେକଟ ଡାଇରେକଟ ଠିକା ସଂସ୍ଥା)
ବାଇଟ-ଗାଭାଲି ପରାଗ ହର୍ଶଦ(ଜିଲ୍ଲାପାଳ କଳାହାଠି) ପିଟୁସି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.