ETV Bharat / state

ଆରବର୍ଷକୁ ଅପେକ୍ଷା, ମା'ଙ୍କୁ ବିଦାୟ ଦେଲା କଳାହାଣ୍ଡି - durga puja vasani

ପାରମ୍ପାରିକ ନାଚ, ଗୀତ ସହ ରଙ୍ଗାରଙ୍ଗ ଆଲୋକମାଳାରେ ମାଙ୍କୁ କାରୁଠ କ୍ଷେତ୍ର ବା କଳାହାଣ୍ଡିରେ ବିଦାୟ ଦିଆଯାଇଛି । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ମାଙ୍କୁ ମେଲାଣି ଦିଆଯାଇଛି । ସହରର ବିଭିନ୍ନ ପୂଜା ମଣ୍ଡପରୁ ବିଭିନ୍ନ ପଟୁଆରରେ ବାହାରି ମା'ଙ୍କ ବିସର୍ଜନ ଦିଆଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 10, 2019, 9:21 PM IST

କଳାହାଣ୍ଡି: ଶେଷ ହୋଇଛି ଶାରଦୀୟ ଦୂର୍ଗାପୂଜା । ପାରମ୍ପାରିକ ନାଚ, ଗୀତ ସହ ରଙ୍ଗାରଙ୍ଗ ଆଲୋକମାଳାରେ ମାଙ୍କୁ କାରୁଠ କ୍ଷେତ୍ର ବା କଳାହାଣ୍ଡିରେ ବିଦାୟ ଦିଆଯାଇଛି । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ମାଙ୍କୁ ମେଲାଣି ଦିଆଯାଇଛି । ସହରର ବିଭିନ୍ନ ପୂଜା ମଣ୍ଡପରୁ ବିଭିନ୍ନ ପଟୁଆରରେ ବାହାରି ମା'ଙ୍କ ବିସର୍ଜନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ଗତ ନଅଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମାଆ ଜଗତ ଜନନୀଙ୍କୁ ଶେଷରେ କଳାହାଣ୍ଡିବାସୀ ବହୁ ଆଡମ୍ବରପୂର୍ଣ୍ଣ ଆୟୋଜନରେ ମାଙ୍କୁ ବିଦାୟ ଦେଇଛନ୍ତି । ପାଖାପାଖି ୧୦ ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ କରାଯାଇଛି । ପାରମ୍ପରିକ ବାଦ୍ୟ, ଘଣ୍ଟଘଣ୍ଟା, ଶଙ୍ଖନାଦରେ ଉଠୁଛି ପଡୁଛି କାରୁଠ କ୍ଷେତ୍ର କଳାହାଣ୍ଡି ।

ଐତିହ୍ୟର ସହର ଭବାନୀପାଟଣାବାସୀ ମାଙ୍କୁ ଭାବବିହ୍ବଳ ସହ ବିଦାୟ ଦେଇଛନ୍ତି । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମ୍ପ୍ରଦାୟର ଲୋକେ ଏହି ଭଷାଣ ଉତ୍ସବରେ ସାମିଲ ହୋଇଥିଲେ । ପୁଣି ଆରବର୍ଷକୁ ମାଙ୍କ ଆଗମନକୁ ଅପେକ୍ଷା କରି ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Intro:ଗତ ନଅ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥିବା ମାଆ ଜଗତ ଜନନୀଙ୍କୁ ଶେଷରେ କାରୁଠ କ୍ଷେତ୍ର ରେ ମାଆଙ୍କୁ ଦିଆଯାଇଛି ବିଦାୟ । ସହରର ବିଭିନ୍ନ ପୂଜାମଣ୍ଡପରୁ ବିଭିନ୍ନ ପଟୁଆରରେ ମାଆଙ୍କୁ ବିସର୍ଜନ ପାଇଁ ପୋଖରୀ ନିଆଯିବା ପରେ ସେଠାରେ ବିଦାୟ ଦିଆଯାଇଛି ।
ନଅଦିନ ଧରି ମାଆ ମଣ୍ଡପରେ ପୂଜା ପାଇବା ପରେ ମାଆଙ୍କୁ ଧରାପୃଷ୍ଠରୁ ମେଲାଣି ଦିଆଯାଉଛି । Body:ବହୁ ଆଡମ୍ବରପୂର୍ଣ୍ଣ ଆୟୋଜନରେ ଦିଆଯାଇଛି ବିଦାୟ।
ପାଖାପାଖି ୧୦ ରୁ ଊର୍ଦ୍ଧ୍ବ ମେଢ଼ ବିସର୍ଜନ କରାଯାଇଥିବା ସୂଚନା ରହିଛି । ପାରମ୍ପରିକ ବାଦ୍ୟ ,ଘଣ୍ଟ ଘଣ୍ଟା , ଶଙ୍ଖ ନାଦରେ ଉଠୁଛି ପଡୁଛି କାରୁଠ କ୍ଷେତ୍ର ।
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା ଜଗତ ଜନନୀ ଦୁର୍ଗତି ନାଶିନୀ ଦୁର୍ଗା । ଐତିହ୍ୟର ସହର ଭବାନୀପାଟଣା ବାସୀ ମା ଙ୍କୁ ଦେଉଛନ୍ତି ଭାବ ବିହ୍ବଳ ମେଲାଣି । ଧୂମଧାମରେ ମାଙ୍କୁ ବିଦାୟ ଦେଉଛନ୍ତି କଳାହାଠିଆ । Conclusion:ବାଜୁଛି ବାଜାବାଣ । ଜଳୁଛି ରଙ୍ଗ ବେରଙ୍ଗର ଆଲୋକ ମାଳା । ଘଣ୍ଟ, ଶଙ୍ଖ ନୃତ୍ୟ ଗୀତରେ ମା ବିଦାୟ ନେଉଛନ୍ତି ଧରାପୃଷ୍ଠରୁ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ସମ୍ପ୍ରଦାୟର ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.