ଭବାନୀପାଟଣା:ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଧର୍ମଗଡର ପୂର୍ବତନ ଇନ୍ଦିରାବତୀ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଗଡ ସ୍ଥିତ ଘର ଓ ତାଙ୍କ ଲଜ ବା ଦୀନବନ୍ଧୁ ଭବନରେ ଏକକାଳୀନ ଭାବରେ ଚଢାଉ ହେଉଛି । ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଭିଜିଲାନ୍ସର ଚାରିଟି ଟିମ୍ ଚଢାଉ ଜାରି ରଖିଛି ।
ଚଢାଉ ସମୟରେ ସୁନା ଗହଣା, ଜମି କାଗଜପତ୍ର, ବିମା କାଗଜପତ୍ର, ଏଟିଏମ କାର୍ଡ ଆଦି ଜବତ ହୋଇଥିବା ସୂଚନା ମିଳିଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ