ETV Bharat / state

ଆସୁଛି ବର୍ଷା, କଳାହାଣ୍ତିର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଡ୍ରେନ କାର୍ଯ୍ୟ - ଆରମ୍ଭ ହୋଇଛି ଡ୍ରେନ କାର୍ଯ୍ୟ

ଆସୁଛି ବର୍ଷା, କଳାହାଣ୍ତିର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଡ୍ରେନ କାର୍ଯ୍ୟ । କାର୍ଯ୍ୟ ଶେଷ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ...

drain problem in kalahandi district
ଆସୁଛି ବର୍ଷା, କଳାହାଣ୍ତିର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଡ୍ରେନ କାର୍ଯ୍ୟ
author img

By

Published : Jul 6, 2020, 12:22 PM IST

ଭବନୀପାଟଣା: ଆଗକୁ ଆସୁଛି ବର୍ଷା ଋତୁ, ହେଲେ ଏବେ କଳାହାଣ୍ତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଡ୍ରେନ କାମ । ପୌର ସଂସ୍ଥା ଓ ପୂର୍ତ୍ତ ବିଭାଗ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ । ବର୍ଷା ଋତୁ ଆସୁ ଥିବାରୁ କିଭଳି କାର୍ଯ୍ୟ ଶେଷ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକିନା ଅସରାଏ ବର୍ଷା ହେଲେ ସହରର ବିଭିନ୍ନ ସ୍ଥାନରେ ଆଣ୍ଠଏ ଲେଖାଏଁ ପାଣି ଜମିବା ସହିତ ଡ୍ରେନ ପାଣି ମାସ ମାସ ଧରି ରାସ୍ତାରେ ଜମି ରୁହେ । ମଶାମାଛିଙ୍କ ପ୍ରାଦୃର୍ଭାବ ମଧ୍ୟ ବଢେ ।

ଆସୁଛି ବର୍ଷା, କଳାହାଣ୍ତିର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଡ୍ରେନ କାର୍ଯ୍ୟ

୧ କୋଟି ୭୮ ଲକ୍ଷ ୪୫ ହଜାର ଟଙ୍କା ବ୍ୟୟ ଅଟକଳରେ ସହରର ଉନ୍ନୟନ ମୂଳକ କାମ ତ୍ବରାନ୍ବିତ କାରାଯାଉଛି । ଯେହେତୁ ୨୦ ୱାର୍ଡ ବିଶିଷ୍ଟ ଭବାନୀପାଟଣା ସହରର ମୁଖ୍ୟତଃ ୪୦ ଗୋଟି ଜାଗାରେ ଡ୍ରେନେଜ ସମସ୍ୟା ଥିବା ସର୍ଭେରୁ ଜଣାପଡିଛି । ଏହାର ସମାଧାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । କିନ୍ତୁ ଅଳ୍ପ ବର୍ଷା ହେଲେ ସହର ବାସୀଙ୍କ କଷ୍ଟ କହିଲେ ନ ସରେ ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.