ଭବାନୀପାଟଣା: ପରିବାରକୁ ସାପ କବଳରୁ ସୁରକ୍ଷା କଲା ପୋଷା କୁକୁର, ଯେଉଁ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପୋଷା କୁକୁର ଦେଖାଇଲା ମାଲିକ ପ୍ରତି ଥିବା ତା’ର ଆନୁଗତ୍ୟ । ମାଲିକ ଘରକୁ ଏକ ବିଷାକ୍ତ ସାପ ଆସୁଥିବା ଦେଖି ଅଧାବାଟରେ ସାପକୁ ଅଟକାଇଲା ପୋଷା କୁକୁର। ପରେ ପରିବାର ଲୋକ ଜାଣିପାରି ଜଣେ ସାପ ଧରାଳିଙ୍କୁ ଖବର ଦେଇ ସାପକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।
ଶୁକ୍ରବାର କଳାହାଣ୍ଡି ଜିଲ୍ଲା କୋକସରା ଗାଁର ମାଝୀପଡାର କୁଳମଣି ମାଝୀଙ୍କ ଘର ପଛ ପଟେ ଥିବା କୂଅ ନିକଟରେ ସାପ ଘରକୁ ପଶୁଥିବା ଦେଖି ପୋଷା କୁକୁର। ଆଉ ସାପକୁ ଦେଖି ତତକ୍ଷଣାତ ଆକ୍ସନ ମୁଡକୁ ଆସିଯାଇଥିଲା ସେହି କୁକୁର । ଭୁକିବା ଆରମ୍ଭ କରିବା ସହ ସାପକୁ ଅଟକ ରଖିଥିଲା, ପରେ ସାପ ଧରାଳିକୁ ଡାକି ସାପକୁ ଉଦ୍ଧାର କରାଯାଇଛି ।
ଇଟିଭି ଭାରତ, କଳାହାଣ୍ଡି