ETV Bharat / state

ସରକାରୀ ହସପିଟାଲରେ ଟଙ୍କା ଆଦାୟ କରି ଡାକ୍ତର ହଟହଟା

କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା ନାଁ ରେ ୮ ଶହ ଟଙ୍କା ଆଦାୟ ଅଭିଯୋଗ ହୋଇଛି । ଜଣେ ସଚେତନ ଯୁବକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ଦେବା ପରେ ଡାକ୍ତର ଓ ଉକ୍ତ କର୍ମଚାରୀ ହଟହଟା ହୋଇଛନ୍ତି ।

author img

By

Published : Jun 22, 2019, 9:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ସାଧାରଣତଃ ଗରିବ ଲୋକ ଅର୍ଥାଭାବରୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା ଆସିଥାନ୍ତି । ସରକାରୀ ଡାକ୍ତରଖାନାରେ ମଗଣା ଚିକିତ୍ସା ବ୍ୟବସ୍ଥା ରହିଛି । ହେଲେ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା ନାଁ ରେ ୮ ଶହ ଟଙ୍କା ଆଦାୟ ଅଭିଯୋଗ ହୋଇଛି ।

ଜିଲ୍ଲାର ଥୁଆମୁଳ ରାମପୁର ତୁମେରଖୋଲା ଗାଁର ମହେନ୍ଦ୍ର ରାଉତ ଗତ 13 ତାରିଖ ଦିନ ହାତ ଭାଙ୍ଗି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ଶନିବାର କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଓପିଡିର ଡାକ୍ତର ପ୍ଲାଷ୍ଟର ପାଇଁ ଅସ୍ଥିଶଲ୍ୟ ବିଭାଗକୁ ପଠେଇଥିବା ବେଳେ ବିଭାଗୀୟ ଡାକ୍ତର ସୁନିଲ କୁମାର ପାଢୀ ତଥା କମ୍ପାଉଣ୍ଡର ରାଜକିଶୋର ନାଏକ, ମହେନ୍ଦ୍ରଙ୍କ ଠାରୁ ୮ ଶହ ଟଙ୍କା ଫି ଆଦାୟ କରି ପ୍ଲାଷ୍ଟର ଓ ସ୍କାର୍ଫ ବାନ୍ଧି ଚିକିତ୍ସା ଯୋଗାଇ ଦେଇଥିଲେ । ଏହାକୁ ସେଠାରେ ଉପସ୍ଥିତ ଥିବା ଜଣେ ସଚେତନ ଯୁବକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଚନା ଦେବା ପରେ ଡାକ୍ତର ଓ ଉକ୍ତ କର୍ମଚାରୀ ହଟହଟା ହୋଇଛନ୍ତି । ମହେନ୍ଦ୍ରଙ୍କ ଠାରୁ ନେଇଥିବା ଟଙ୍କା ଫେରସ୍ତ କରିଥିବା ସହ ଡାକ୍ତର ପ୍ଲାଷ୍ଟର ଓ ସ୍କାର୍ଫକୁ କାଢି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅଭିଯୋଗକୁ ଖୋଦ କମ୍ପାଉଣ୍ଡର ମାନୁଥିବା ବେଳେ ଭୁଲ ହୋଇଯାଇଥିବା ସ୍ବୀକାର କରିଛନ୍ତି ହେଲେ ନା ଡାକ୍ତର ନା କମ୍ପାଉଣ୍ଡର କ୍ୟାମେରା ସାମ୍ନାରେ କିଛି କହିବାକୁ ନାରାଜ । ଏପରିକି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାର ତଦନ୍ତ କରାଯିବ ବୋଲି ସୁଚନା ଦେଉଥିବା ବେଳେ ଗଣମାଧ୍ୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Intro:Body:

 BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.