ETV Bharat / state

ହାତଗଣ୍ଠି ପଡିବା ଆଗରୁ ଅଟକିଲା ବିବାହ - ବଲାଙ୍ଗୀର ନାବାଳିକା ବିବାହ

ନାବାଳିକାର ହାତଗଣ୍ଠି ପଡିବା ଆଗରୁ ବିବାହ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଭାଲୁଚୁଆଁ ଗାଁର ଘଟଣା । ଅଧିକ ପଢନ୍ତୁ...

ହାତଗଣ୍ଠି ପଡିବା ଆଗରୁ ଅଟକିଲା ବିବାହ
ହାତଗଣ୍ଠି ପଡିବା ଆଗରୁ ଅଟକିଲା ବିବାହ
author img

By

Published : Mar 3, 2021, 8:52 PM IST

ଭବାନୀପାଟଣା: ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି । ଦୁଇ ତିନି ଦିନ ପରେ ଝିଅଟି ବୋହୂ ହୋଇ ଯାଇଥାନ୍ତା ଶାଶୁଘର । ହେଲେ ହାତଗଣ୍ଠି ପଡିବା ଆଗରୁ ବିବାହ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । ଏହି ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଭାଲୁଚୁଆଁ ଗାଁର । ଆସନ୍ତା 6 ତାରିଖରେ ହେବାକୁ ଥିବା ଜଣେ ନାବାଳିକାର ବାହାଘରକୁ ଅଟକାଇଛି ପ୍ରଶାସନ ।

ହାତଗଣ୍ଠି ପଡିବା ଆଗରୁ ଅଟକିଲା ବିବାହ

ସୂଚନାଯୋଗ୍ୟ, ଭାଲୁଚୁଆଁ ଗାଁର ଚନ୍ଦ୍ରସିନ୍ନା ନିଜ ନାବାଳିକା ଝିଅର ବିବାହ ଛତିଶଗଡ ଅନ୍ତର୍ଗତ ଛେଲ ଡଙ୍ଗରି ବାସିନ୍ଦା ଚମରା ଶିନ୍ନାଙ୍କ ପୁଅ ସହିତ ସ୍ଥିର କରିଥିଲେ । ଉଭୟ ପକ୍ଷରେ ବାହାଘରର ଚୂଡାନ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା । ଆସନ୍ତା ଶନିବାର ଦିନ ବୈଦିକ ରୀତିନୀତିରେ ବିବାହ ହୋଇଥାନ୍ତା । ହେଲେ ତା' ପୂର୍ବରୁ କୌଣସି ସୂତ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଖବର ପାଇ କୋକସରା ପୋଲିସ ଓ ଶିଶୁ ବିଭାଗ ମିଳିତ ଭାବେ ନାବାଳିକାଙ୍କ ଗାଁକୁ ପହଞ୍ଚି ବିବାହରେ ରୋକ ଲଗାଇଛନ୍ତି । ଝିଅଟି ନାବାଳିକା ହୋଇଥିବା ତଦନ୍ତକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଝିଅଟିର ବୟସ 17 ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.