ETV Bharat / state

ଚାଲିଥିଲା ବାଲ୍ୟ ବିବାହ ପ୍ରସ୍ତୁତି, ଅଧାରେ ଅଟକାଇଲା ପ୍ରଶାସନ

author img

By

Published : Apr 9, 2023, 9:08 PM IST

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ବାଲ୍ୟ ବିବାହ ପ୍ରସ୍ତୁତି ଚାଲିଥିବାବେଳେ ମାଡ଼ି ବସିଲା ପ୍ରଶାସନ । ଅଧିକ ପଢ଼ନ୍ତୁ

child marriage in Kalahandi
କଳାହାଣ୍ଡି ଜିଲ୍ଲାରେ ବାଲ୍ୟ ବିବାହ

ଭବାନୀପାଟଣା: ସଚେତନତାର ଅଭାବ ଯୋଗୁଁ ଆଜି ବି ସମାଜରେ ଅନେକ କୁସଂସ୍କାର ଭରି ରହିଛି । ଆଇନକୁ ଆଖିଠାର ମାରି ଜାରି ରହିଛି ବାଲ୍ୟ ବିବାହ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ଯାହାର ନଗ୍ନ ନମୁନା ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ଇଲାକାରେ ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ ।

ସୂଚନା ଅନୁଯାୟୀ, କାଣିଗୁମା ପଞ୍ଚାୟତ ଅଧିନ ଅରଖପେଡି ଗ୍ରାମର ଜୀବନ ଦେଇ ମଝୀଙ୍କ ୧୬ ବର୍ଷୀୟା ନାବାଳିକା ଝିଅଙ୍କ ସହ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ଘୁଟିପୋଖାରା ଗ୍ରାମର ରାଜୁ ମାଝୀଙ୍କ ୧୬ ବର୍ଷୀୟ ନାବାଳକ ପୁଅର ବାହାଘର ସ୍ଥିର ହୋଇଥିଲା । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଥିଲା । ଥୁଆମୂଳ ରାମପୁର ସିଡିପିଓ ମିନତୀବାଳା ପଟ୍ଟନାୟକ କୌଣସିମତେ ସୂଚନା ପାଇ ଉକ୍ତ ଗ୍ରାମକୁ ଯାଇ ଅପ୍ରାପ୍ତ ବୟସ ଯୋଗୁଁ ବିବାହ ଆଇନ ସମ୍ମତ ନୁହେଁ ବୋଲି ପରାମର୍ଶ ଦେଇଥିଲେ । ଏହି ବିବାହ ପରିକଳ୍ପନାଠାରୁ ଦୂରେଇ ରହିବାକୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଫେରିଆସିଥିଲେ । କିନ୍ତୁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଚାଲିଥିଲା ବାଲ୍ୟ ବିବାହ, ହାତିଗଣ୍ଠି ପଡିବା ପୂର୍ବରୁ ଭଣ୍ଡୁର କରିଦେଲା ପୋଲିସ

ଏଥିପାଇଁ ଉଭୟଙ୍କ ଘରେ ସାଜସଜ୍ଜା ହେଉଥିବା ସମୟରେ ପୁନର୍ବାର ସିଡିପିଓ କଲାହାଣ୍ଡି ଶିଶୁ ସୁରକ୍ଷା ସଦସ୍ୟଙ୍କ ସହିତ ସ୍ଥାନୀୟ ପୋଲିସକୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଘଟଣାରେ ତଦନ୍ତ ଆରମ୍ଭ କରିଥିଲେ । ନାବାଳକ ପୁଅ ଓ ଝିଅଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରାଯାଇଛି । ସିଡିପିଓଙ୍କ ସମେତ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ରୁପେଶ ହୋତା, କୋଡିନେଟର ନିୟତିବାଳା ବିଶ୍ୱାଳ ଏବଂ ଥୁଆମୂଳ ରାମପୁର ପୋଲିସ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଚର୍ଚ୍ଚିତ ହାଡ଼ିଆ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଜୋରନ୍ଦାରେ ସନ୍ୟାସୀ ବେଶ ଧରି ରହିଥିଲା

ତେବେ ଏହା ପ୍ରଥମ ଘଟଣା ନୁହେଁ । ଜିଲ୍ଲାରୁ ଅନେକ ଥର ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସିଛି । ହାତଗଣ୍ଠି ପଡ଼ିବା ଆଗରୁ ନାବାଳିକାଙ୍କୁ ବେଦୀରୁ ଉଦ୍ଧାର କରାଯାଇଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତଥାପି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହୁଛି । ଆଇନ ବିରୋଧ ସତ୍ତ୍ବେ ବାଲ୍ୟ ବିବାହ ଜାରି ରହୁଛି । ଯାହା ଫଳରେ କୋମଳମତି ଶିଶୁଙ୍କ ଭାଗ୍ୟ ବାଜିରେ ଲାଗୁଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.