ଭବାନୀପାଟଣା : ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ କିଭଳି ଭାବରେ ତ୍ବରାନିତ୍ବ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ରାଇସ ମିଲରର୍ସ,ସମସ୍ତ ମଣ୍ଡି ଅଧିକାରୀ,ସମସ୍ତ ପ୍ୟାକ୍ସ ଅଧିକାରୀ,ଯୋଗାଣ ବିଭାଗ ଅଧିକାରୀ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଜିଲ୍ଲାରେ ୨୧୦ ଧାନ ମଣ୍ଡିରେ ଧାନ ସଂଗ୍ରହ ଚାଲିଥିବାବେଳେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ୪୦ ଲକ୍ଷ ୫୯ ହଜାର ୧୨୦ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ ରଖାଯାଇଛି । ସେହିପରି ଆଜି ସୁଦ୍ଧା ୩୫ ଲକ୍ଷ ୫୪ ହଜାର ୮୩୩ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଜିଲ୍ଲାରେ ଦୈନିକ ୧ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଉଥିବା ବେଳେ ଆସନ୍ତା ୫ ଦିନ ମଧ୍ୟରେ ସମସ୍ତ ମଣ୍ଡିରୁ କିଭଳି ଭାବରେ ପଡି ରହିଥିବା ଧାନ କୁ ଉଠାଯିବ ସେ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ