ETV Bharat / state

ପୁଣି ଫେରିଲା ଡାଇରିଆ ଆତଙ୍କ, ଥୁଆମୂଳ ରାମପୁରରେ ଅନେକ ହେଲେଣି ଆକ୍ରାନ୍ତ

author img

By

Published : Sep 4, 2022, 7:53 AM IST

ଦୁର୍ଗମ ଅଞ୍ଚଳରେ ଡ଼ାଇରିଆ ଆତଙ୍କ । ଗାଁ ମାନଙ୍କରେ ଡାଇରିଆ ଆତଙ୍କ ଦେଖା ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

କେନ୍ଦୁପଡା ଗାଁରେ ଡାଇରିଆ ଆତଙ୍କ
କେନ୍ଦୁପଡା ଗାଁରେ ଡାଇରିଆ ଆତଙ୍କ

ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ଡ଼ାଇରିଆ ଆତଙ୍କ । ଡାଇରିଆରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଡାଇରିଆ ରୋଗୀ ଚିକିତ୍ସାଧିନ ଅଛନ୍ତି । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଗାଁ ମାନଙ୍କରେ ଡାଇରିଆ ଆତଙ୍କ ଦେଖା ଦେବାରେ ଲାଗିଛି । ଗତ କିଛି ଦିନ ତଳେ ବ୍ଲକର ଚିଙ୍ଗଡିପାସ ଗାଁରେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗାଁ ମାନଙ୍କରେ ଡାଇରିଆ ଆତଙ୍କ ଦେଖା ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଇଛି । କେନ୍ଦୁପଡା ଗାଁରେ ଡାଇରିଆ ଆତଙ୍କ ଦେଖା ଦେଇଛି । ସୂଚନା ଅନୁଯାୟୀ ଗତ ୫ ଦିନ ମଧ୍ୟରେ ଗାଁର ୧୭ରୁ ଊର୍ଦ୍ଧ୍ବ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ । ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିବେ ସୂଚନା ରହିଛି । ତେବେ ଡାଇରିଆରେ ଗୁରୁତର ହୋଇଥିବା ୫ ଜଣଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେପଟେ ଗାଁରେ କେଉଁ କାରଣରୁ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେନେଇ ସ୍ପଷ୍ଟ ହୋଇ ପାରିନାହିଁ ।

ସେହିପରି ନିକଟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସେମେଳପଦର ଗ୍ରାମରେ ୧୦ରୁ ଊର୍ଦ୍ଧ୍ବ ଲୋକ ଡାଇରିଆ ଆତଙ୍କ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତ କିଛି ଦିନ ତଳେ ଲାଞ୍ଜିଗଡ଼ ବ୍ଲକର ଡାଇରିଆରେ ଆକ୍ରାନ୍ତ ହୋଇଥିଲେ ବେଣୁ ଗୌଡ଼ । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚି ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ଥିବା ନଳକୂପରୁ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଛି ।

ସେହିପରି ବାଳାପଦର ଗ୍ରାମରେ ଡାଇରିଆରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । କଳାହାଣ୍ଡି ଆମପାଣି ପଞ୍ଚାୟତର ତିର୍ଲିଆମ ଗ୍ରାମରେ ଡାଇରିଆ ଆତଙ୍କ ଦେଖା ଦେଇଥିଲା । ଗ୍ରାମରେ ଝାଡବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା (villagers affected with diarrhea) ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁକୁ ଯାଇଥିଲେ । କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ । ଏହି ମେଡ଼ିକାଲ ଟିମ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.