ETV Bharat / state

କଳାହାଣ୍ଡି କୂଟରୁପାଟ ଗାଁରେ ଡାଇରିଆ ଆତଙ୍କ, ୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ । ଗୋଟିଏ ଗାଁରୁ ୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କଳାହାଣ୍ଡି କୂଟରୁପାଟ ଗାଁରେ ଡାଇରିଆ ଆତଙ୍କ, ୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ
କଳାହାଣ୍ଡି କୂଟରୁପାଟ ଗାଁରେ ଡାଇରିଆ ଆତଙ୍କ, ୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ
author img

By

Published : Aug 3, 2022, 12:07 PM IST

ଭବାନୀପାଟଣା: କିଛି ଦିନର ବ୍ୟବଧାନ ପରେ କଳାହାଣ୍ଡି ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ ଦେଖା ଦେଇଛି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କଣାସୁକଲି ଗାଁରେ ଗତ କିଛି ଦିନ ତଳେ ଡାଇରିଆ ଆତଙ୍କରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଥରେ ବ୍ଳକର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା କୂଟରୁପାଟ ଗାଁରେ ଡାଇରିଆ ଆତଙ୍କ ଦେଖାଦେଇଛି ।

କଳାହାଣ୍ଡି କୂଟରୁପାଟ ଗାଁରେ ଡାଇରିଆ ଆତଙ୍କ, ୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ତେବେ ଏହି ଦୁଇଦିନ ମଧ୍ୟରେ ଡାଇରିଆରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ଡମୁନି ଜାନୀ । ସେପଟେ ଗାଁରେ ଡାଇରିଆରେ ଅନେକ ଆକ୍ରାନ୍ତ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ବଙ୍କ ଅବସ୍ଥା ସଙ୍ଗୀନ ରହିଛି । ପରିସ୍ଥିତି ଅଣାୟତ ହୋଇଥିବାରୁ ଗାଁରେ ମେଡିକାଲ ଟିମ୍ ପହଁଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛି ।

ସେହିପରି ଗାଁରେ କିଛି ସମାଜସେବୀ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ମେଡିକାଲ ଟିମ ସହ ମଧ୍ୟ ଆଲୋଚନା କରିଛନ୍ତି । ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଏହି ଗାଁ ରହିଥିବା ବେଳେ ଗମନାଗମନ କହିଲେ କେବଳ ଡଙ୍ଗା ଯେଉଁଥିବା ପାଇଁ ଗାଁରେ ଡାଇରିଆ ଆତଙ୍କ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.