ETV Bharat / state

ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ଭକ୍ତଙ୍କ ଭିଡ଼ - ଶ୍ରାବଣ ମାସ ପ୍ରଥମ ସୋମବାର

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । କଳାହାଣ୍ଡି ଜିଲ୍ଲାର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

devotees offer prayers to lord shiva on the first monday of sawan month in kalahandi
ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ଭକ୍ତଙ୍କ ଭିଡ଼
author img

By

Published : Jul 18, 2022, 9:59 AM IST

ଭବାନୀପାଟଣା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଦୀର୍ଘ ଦୁଇ ବର୍ଷପରେ ପୁଣି ଏକାଠି ହେଇଛନ୍ତି ଭକ୍ତ ଓ ଭଗବାନ । ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଭଗବାନ ଶିବଙ୍କୁ ଦର୍ଶନ କରି ଜଳଲାଗି କରିବାକୁ ଛୁଟିଛି ଭକ୍ତଙ୍କ ସୁଅ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଶ୍ରାବଣ ପ୍ରଥମ ସୋମବାର

ବର୍ଷକ ୧୨ ମାସରେ ଶ୍ରାବଣ ମାସର ମହିମା ଅବର୍ଣ୍ଣନୀୟ । ବିଶ୍ୱାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ୱର ମନ୍ଦିର ସମେତ ଜିଲ୍ଲାର ଅନେକ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ଧାଡିବାନ୍ଧି ମହାଦେବଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଶିବଙ୍କୁ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ମଧ୍ୟ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.