ETV Bharat / state

ଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ, ମହାଦେବଙ୍କୁ ଦର୍ଶନ କରୁଛନ୍ତି ଭକ୍ତ - ପବିତ୍ର ମହାଶିବରାତ୍ରୀ

ଜାଗର ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ଜାଗର ଯାତ୍ରା
devotees offer prayer on mahashivratri
author img

By

Published : Feb 18, 2023, 4:16 PM IST

ଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ

ଭବାନୀପାଟଣା: ଆଜି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କୁ ଆରାଧନା କରିବାର ଦିନ । କୁହାଯାଏ ଆଜିର ଦିନରେ ଭୋଳା ବାବାଙ୍କ ଦର୍ଶନ କରିବା ସହ ଜାଗର ଜାଳି ମହାଦୀପ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଏହି କ୍ରମରେ ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲାର ସମସ୍ତ ଶିବାଳୟରେ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଶିବରାତ୍ରୀରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ବଡି ଭୋରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ପରିଜନଙ୍କ ସହ ଭୋଳା ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହର ହର ମହାଦେବ ଧ୍ଵନିରେ ପ୍ରମ୍ପିତ ହେଉଛି ଗଗନ ପବନ । କଳାହାଣ୍ଡି ଜିଲ୍ଲାର ସମସ୍ତ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବିଶେଷ କରି ଜିଲ୍ଲାର ପ୍ରସିଦ୍ଧ ବେଲଖଣ୍ଡି ମନ୍ଦିର, ମୋହନଗିରି ଧବଳେଶ୍ବର ମନ୍ଦିର, ଧର୍ମଗଡ଼ ପ୍ରଦେଶ୍ୱର ଶିବ ମନ୍ଦିର ସମେତ ଭବାନୀପାଟଣା ସହରର ଜଳେଶ୍ବର ଶିବ ମନ୍ଦିର ଭଣ୍ଡେଶ୍ଵର ବାବା ଓ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କଳାହାଣ୍ଡି ଜିଲ୍ଲାର ସମସ୍ତ ଶୈବ ପୀଠରେ ଆଜି ରାତି ପ୍ରାୟ ୧୦ଟା ସମୟରେ ମହାଦୀପ ଉଠିବା ସହ ହରିହର ଭେଟ ହେବ ।

ଏହା ମଧ୍ୟ ପଢ଼ନ୍ତୁ: ଶିବରାତ୍ରୀରେ ଚଳଚଞ୍ଚଳ ଧବଳେଶ୍ବର ପୀଠ, ବିନା କଟକଣାରେ ଦର୍ଶନ ଦେଉଛନ୍ତି ବାବା

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ଉପରେ ଆବିର୍ଭୂତ ହୋଇଥିବାରୁ ବହୁ ପୁରାତନ କାଳରୁ ଏହି ତିଥିକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ । ସମସ୍ତ ଶୈବପୀଠରେ ପରମ୍ପରା ଏବଂ ରୀତିନୀତିରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଶିବରାତ୍ରିକୁ ସର୍ବଶ୍ରେଷ୍ଠ କୁହାଯାଏ । ଆଜି ସମସ୍ତ ଶୈବ କ୍ଷେତ୍ରରେ ଭକ୍ତମାନେ ନିଷ୍ଠା ଏବଂ ଭକ୍ତିର ସହ ଉପବାସ କରି ଜାଗର ପର୍ବ ପାଳନ କରୁଛନ୍ତି । ମହାଦେବଙ୍କ ମନ୍ତ୍ର ପାଠ କରିବା ସହ ଧୂପ, ଦୀପ, ବେଲପତ୍ର, ଦୁଗ୍ଧ ଅର୍ପଣ କରି ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି । ମହାଦେବଙ୍କୁ ଦର୍ଶନ କରି ଭକ୍ତ ଭାବବିହ୍ବଳ ହୋଇଛନ୍ତି । ବିଶ୍ୱାସ ରହିଛି ଭକ୍ତି ଏବଂ ନିଷ୍ଠାର ସହ ଏହି ବ୍ରତ କରିଲେ କୋଟିପୂଣ୍ୟ ମିଳିଥାଏ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ମନ୍ଦିର ମାନଙ୍କରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଅପରପକ୍ଷେ ମନ୍ଦିର କମିଟି ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.