ETV Bharat / state

ମନ୍ଦିରରେ ନାହିଁ ମା’ ମାଣିକେଶ୍ୱରୀଙ୍କ ପ୍ରତିମା, ମହାସପ୍ତମୀ ମଧ୍ୟରାତ୍ରିରେ ଖୋଲେ ମୁଖ୍ୟଦ୍ବାର

author img

By

Published : Oct 12, 2021, 6:02 AM IST

ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ପାଳନ ହୁଏ ଦୁର୍ଗା ପୂଜା । କଳାହାଣ୍ଡିରେ ଏହି ସମୟରେ ଦେବୀ ମାଆ ମାଣିକେଶ୍ବରୀ ରୂପରେ ପୂଜା ପାଆନ୍ତି । ଅଧିକ ପଢ଼ନ୍ତୁ...

ମହାସପ୍ତମୀରେ ଦେବୀ ମାଆ ମାଣିକେଶ୍ୱରୀଙ୍କ ଆଶିଷ ପାଉଛନ୍ତି ଶ୍ରଦ୍ଧାଳୁ

ଭବାନୀପାଟଣା: ବାରମାସରେ ତେର ପୂଜା ହେଉଥିବା ଓଡ଼ିଶାରେ ଦେବୀ ମାଆ ଦୁର୍ଗାଙ୍କ ପୂଜା ଅନ୍ୟତମ । ଦେବୀ ମାଆଙ୍କ ପୂଜା ଅନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ନିଜର ମୌଳିକତା ଜାହିର କରିଛି । ଦେବୀମାଆ ଏକ, କିନ୍ତୁ ରୂପ ଅନେକ । ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପେର ଦର୍ଶନ ଦିଅନ୍ତି ମାଆ । ସେଥିମଧ୍ୟରେ ମାଣିକେଶ୍ବରୀ ହେଉଛି ମାଆଙ୍କ ଅନ୍ୟ ଏକ ରୂପ । କଳାହାଣ୍ଡି ନାଗବଂଶୀ ରାଜା ମାନଙ୍କ ଇଷ୍ଟଦେବୀ ହେଉଛନ୍ତି ମାଆ ମାଣିକେଶ୍ୱରୀ । ଭବାନୀପାଟଣାସ୍ଥିତ ରାଜ ଉଆସ ପରିସରରେ ପୂଜା ପାଉଛନ୍ତି ଦେବୀ ମାଆ ମାଣିକେଶ୍ବରୀ । ମାଆଙ୍କୁ ଦର୍ଶନ କରିବାକୁ ପୀଠରେ ଜମୁଛି ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ।

ନାଗ ବଂଶର ରାଜା ଉଦିତ ପ୍ରତାପ ଦେଓ ନିଜ ରାଜୁତିର ଶେଷ ସମୟ ବେଳକୁ ମାଣିକେଶ୍ୱରୀଙ୍କ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ରାଜା ବ୍ରଜମୋହନ ଦେଓଙ୍କ ରାଜୁତି ସମୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ମନ୍ଦିର ପଛରେ ତିନି ଦିଗରେ ତିନି ଖୁଦ୍ରରେଖା ଦଶ ମହାବିଦ୍ୟାଦେବୀ ବୈଷ୍ଣବୀ ବରାହୀ ଓ ନରସିଂହ ପୂଜା ପାଉଛନ୍ତି । ଏହି ମନ୍ଦିରରେ ମହାକାଳ ଭୈରବ ମଧ୍ୟ ପୂଜା ପାଉଛନ୍ତି ।

ବର୍ଷାସାରା ବନ୍ଦ ରହୁଥିବା ବୁଢ଼ାରାଜା ମନ୍ଦିର ଦ୍ବାର ମହାସପ୍ତମୀ ମଧ୍ୟରାତ୍ରିରେ ଖୋଲିଥାଏ । ପୁନଃ ବିଜୟ ଦଶମୀରେ ଜେନାବଳି ପଡ଼ି ପୂଜାର୍ଚ୍ଚନା ପରେ ମନ୍ଦିର ବନ୍ଦ କରାଯାଏ । ମାଣିକେଶ୍ୱରୀ ମନ୍ଦିରର ଗର୍ଭଗୃହରେ ଏକ ସ୍ତମ୍ବରେ ମାଆଙ୍କୁ ସ୍ଥାପନା କରାଯାଏ । ସ୍ତମ୍ବରେ ମାଆଙ୍କ ମସ୍ତକ ସ୍ଥାପିତ କରାଯାଇ ପୂଜାର୍ଚ୍ଚନା କରାଯାଏ । ମାଆଙ୍କ କୌଣସି ପ୍ରତିମା ନଥାଇ ମଧ୍ୟ ଏଠାରେ ପୂଜା ପାଉଛନ୍ତି ଦେବୀ ମାଆ । ପ୍ରତିବର୍ଷ ମୂଳାଷ୍ଟମୀ ରାତ୍ରିରେ ପୁରାତନ ମସ୍ତକକୁ ପୁରୁଷୋତ୍ତମ ସାଗରରେ ବିସର୍ଜନ କରାଯାଏ । ଏହାପରେ ରତ୍ନ ଅଳଙ୍କାର ସଜ୍ଜିତ ନୂତନ ମସ୍ତକ ସ୍ଥାପନ ହୁଏ ।

ମହାଷ୍ଟମୀର ମଧ୍ୟ ରାତ୍ରିରେ ଦେବୀ ମାଆ ମାଣିକେଶ୍ୱରୀ ଗର୍ଭ ଗୃହରୁ ବାହାରି ସହରର ପଶ୍ଚିମ ଉପକଣ୍ଠ ଫାସିଡଙ୍ଗରରେ ଥିବା ଜେନାଖାଲକୁ ଯାଇଥାନ୍ତି । ଗୁପ୍ତ ରୀତିନୀତିରେ ସନ୍ଧିପୂଜା ପରେ କଳାହାଣ୍ଡିର ଘୁମୁରା ତାଳେତାଳେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହାକୁ ହିଁ ଦେବୀ ମାଆଙ୍କ ଛତର ଯାତ୍ରା କୁହାଯାଏ । ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.