ଭବାନୀପାଟଣା: ଚଳିତ ଖରିପ ଋତୁରେ ବର୍ଷାଭାବ ଯୋଗୁଁ ଦେଖାଦେଇଛି ଆସନ୍ନ ମରୁଡି ସ୍ଥିତି । ଫଳରେ ଋଣ ପରିଷୋଧ ଚିନ୍ତାରେ ଏବେ ଚାଷିକୂଳ । ଯାହାକୁ ନେଇ ଏବେ ରାଜରାସ୍ତାରେ ଅନ୍ନଦାତା । ପରିସ୍ଥିତିକୁ ଦେଖି କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି (ଶନିବାର) ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ l
ବ୍ଲକର ସିନାପାଲି ଠାରୁ କେଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା କିଶାନ ବଞ୍ଚାଓ ପଦଯାତ୍ରା । ଦୀର୍ଘ ୭ କି.ମି ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହାସହ ଆରଆଇଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ