ETV Bharat / state

ଦାଦନ ଦୁଃଖ, ପୁନେରୁ ଫେରିଲା ଶ୍ରମିକଙ୍କ ମୃତଦେହ

author img

By

Published : Nov 1, 2022, 1:43 PM IST

ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କର୍ମାଠ ଗାଁରେ । ଗାଁର ଯୁବକ ଦାଦନ ଖଟିବାକୁ ଯାଇ ସବୁଦିନ ପାଇଁ ଆଖି ବୁଜିଛନ୍ତି ।

ଦାଦନ ଦୁ୍ଃଖ, ପୁନେରୁ ଫେରିଲା ଶ୍ରମିକଙ୍କ ମୃତଦେହ

ଭବାନୀପାଟଣା: ରାତି ପାହିଲେ ପେଟପାଟଣା ଚିନ୍ତାରେ ଥାଏ ଶ୍ରମିକଟି । ପରିବାର ଲୋକଙ୍କ ପେଟକୁ ଦାନା ଦେବାକୁ ଦିନି ରାକି ଏକ କରିଦିଏ ଶ୍ରମିକ । ଘର ଛାଡି ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରେ । ଏତିକିରେ ତା ଦୁଃଖ ସରିନାହିଁ । ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କର୍ମାଠ ଗାଁରେ । ଗାଁର ଯୁବକ ଦାଦନ ଖଟିବାକୁ ଯାଇ ସବୁଦିନ ପାଇଁ ଆଖି ବୁଜିଛନ୍ତି ।

କର୍ମାଠ ଗାଁର ଯୁବକ ନେତ୍ର ଯାନୀ ପରିବାର ପ୍ରତିପୋଷଣ ପାଇଁ ବର୍ଷେ ତଳେ ଦାଦନ ସର୍ଦାରଙ୍କ ସହ ଯୋଗାଯୋଗ କରି ପୁନେକୁ ଯାଇଥିଲେ । ସେଠାରେ ଏକ ଠିକା ସଂସ୍ଥାର ଶ୍ରମିକ ଭାବରେ କାମ କରି ଦୁଇ ପାଇସା ରୋଜଗାର କରୁଥିଲେ । ପରିବାର ପାଖକୁ ଟଙ୍କା ମଧ୍ୟ ପଠାଉଥିଲେ । ହେଲେ ଗତକାଲି ହଠାତ କାମ କରିଥିବା ସମୟରେ ସେ ପଡି ଯାଇଥିଲେ ସେଠାରେ ଥିବା ତାଙ୍କ ସାଥି ଶ୍ରମିକ ତୁରନ୍ତ ନେତ୍ର ଯାନୀଙ୍କୁ ନିକଟସ୍ଥ ମେଡ଼ିକାଲକୁ ନେଇ ଥିଲେ ।

ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନେତ୍ର ଯାନୀଙ୍କ ମୃତ୍ୟ ହୋଇଥିଲା । ଏନେଇ ସାଥି ଶ୍ରମିକ ନେତ୍ରଙ୍କ ପରିବାରକୁ ଫୋନ ଯୋଗେଁ ଜଣାଇଥିଲେ । ସଂପୃକ୍ତ ଠିକ ସଂସ୍ଥା ମୃତଦେହ ଗାଁକୁ ପଠାଇବା ପାଇଁ କୌଣସି ସାହାଯ୍ୟ ନ କରିନଥିଲା । ଶେଷରେ ପରିବାର ଲୋକେ ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ନିକଟରେ ନେହୁରା ହେବା ପରେ ଗାଁ ରେ ପହଞ୍ଚି ଥିଲା ଦାଦନ ଶ୍ରମିକଙ୍କ ମୃତଦେହ । ଭେଣ୍ଡିଆ ପୁଅର ମୃତଦେହ ପହଞ୍ଚିବା ପରେ କାନ୍ଧ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।

ଏହା ବି ପଢନ୍ତୁ...ଦାଦନ ଦୁଃଖ: ଖଟିବାକୁ ଯାଇ ତାମିଲନାଡୁରେ ବନ୍ଧା ପଡିଛି ଜୀବନ

ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ଦାଦନ ପ୍ରଥା । କମ ବୟସର ଯୁବକଙ୍କଠୁ ନେଇ ବୁଢ଼ା ସଭିଏଁ ଏବେ ଦାଦନ ମୁହାଁ ହେବାରେ ଲାଗିଛନ୍ତି। କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଘର ଛାଡ଼ୁଛନ୍ତି ସଭିଏଁ । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକ ଅଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତ ହେଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇ ଫେରୁଛି । ଆଉ କିଏ ଭିଟାମାଟିରୁ ଫେରି ପାରୁନାହାନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.