ETV Bharat / state

ଦାଦନ ଦୁଃଖ, ପୁଣି ଫେରିଲା 2 ଦାଦନ ଶ୍ରମିକଙ୍କ ମୃତଦେହ

author img

By

Published : Dec 14, 2022, 5:40 PM IST

କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ । ଜିଲ୍ଲାକୁ ଫେରିଛି 2ଜଣ ଦାଦନ ଶ୍ରମିକଙ୍କ ମୃତଦେହ । ଅଧିକ ପଢନ୍ତୁ

ଦାଦନ ଦୁଃଖ , ପୁଣି ଫେରିଲା 2 ଦାଦନ ଶ୍ରମିକଙ୍କ ମୃତଦେହ

ଭବାନୀପାଟଣା: ଉଗ୍ର ରୂପ ଧାରଣ କରୁଛି ଦାଦନ ପ୍ରଥା । ଛୁଆ ଠାରୁ ବୁଢା ଯାଏଁ ସଭିଁଏ ଏବେ ଦାଦନ ମୁହାଁ ହେବାରେ ଲାଗିଛନ୍ତି । କାମ ଧନ୍ଦା ଅଭାବରୁ ଦୁଇ ପଇସା ରୋଜଗାର ଆଶାରେ ଛାଡୁଛନ୍ତି ଘର । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ କେତେକାଞ୍ଚଳରେ ଯୋଜନାର ସଠିକ ରୂପାୟନ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିଏ ମୃତ୍ୟୁବରଣ କରି ଫେରୁଛି ତ ଆଉ କିଏ ବିକଳାଙ୍ଗ ହେଇ ଫେରୁଛି ।

କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖା ଦେଇଛି । ଜିଲ୍ଲାକୁ ଫେରିଛି 2ଜଣ ଦାଦନ ଶ୍ରମିକଙ୍କ ମୃତଦେହ । ସୂଚନା ଅନୁଯାୟୀ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୁମାରକାନୀ ଗାଁର କାଳିଆ ନାଏକଙ୍କ ୨୦ ବର୍ଷର ପୁଅ ରଞ୍ଜନ ନାଏକ ବର୍ଷେ ତଳେ ପରିବାର ପ୍ରତିପୋଷଣ ପାଇଁ ସେ ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି କେରଳ ରାଜ୍ୟ ତ୍ରିଶୁଳ ଅଞ୍ଚଳକୁ ଦାଦନ ଶ୍ରମିକ ଭାବରେ ଯାଇଥିଲେ । ରଞ୍ଜନ ସେଠାରେ ଏକ ଠିକା ସଂସ୍ଥା ରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ ହେଲେ ଗତକାଲି ସକାଳେ କାମ କରୁଥିବା ସମୟରେ ପଡି ଯାଇଥିଲେ ।

ଏ ନେଇ ତୁରନ୍ତ ସାଥି ଶ୍ରମିକ ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ସାଥୀ ଶ୍ରମିକ ସମ୍ପୃକ୍ତ ଠିକା ସଂସ୍ଥା ମାଲିକଙ୍କୁ ଜଣାଇବା ସହ ମୃତ ଦାଦନ ଶ୍ରମିକଙ୍କ ପରିବାର କୁ ମଧ୍ୟ ଜଣାଇଥିଲେ । ହେଲେ ଠିକା ସଂସ୍ଥା ମାଲିକ ମୃତଦେହ ଗାଁକୁ ପଠାଇବା ପାଇଁ କୌଣସି ସାହାଯ୍ୟ ନ କରିବାରୁ ପରିବାର ଲୋକେ ସ୍ଥାନୀୟ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଜଣାଇବାରୁ ବିଧାୟଙ୍କ ସହାୟତାରେ ରଞ୍ଜନଙ୍କ ମୃତଦେହ ଗାଁକୁ ଫେରିଛି । ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖା ଦେଇଛି । ସେହିପରି ସଦର ବ୍ଲକ ଅନ୍ତର୍ଗତ ଟିଟିଝୋଲା ଗାଁକୁ ମଧ୍ୟ ଫେରିଛି ଦାଦନ ଶ୍ରମିକଙ୍କ ମୃତଦେହ ।

ସେହିପରି ଟିଟିଝୋଲା ଗାଁର ରାଏମୋହନ ମାଝୀ ଗତ ୭ ମାସ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ ଆନ୍ଧ୍ରପ୍ରଦେଶର ବିଜେଓ୍ବାଡାକୁ ଦାଦନ ଶ୍ରମିକ ଭାବରେ ଯାଇଥିଲେ । ସେଠାରେ ସେ ଏକ ଗୃହ ନିର୍ମାଣ ସଂସ୍ଥା ନିକଟରେ ଶ୍ରମିକ ଭାବେ କାମ କରୁଥିଲେ । କାମ କରି ପ୍ରତ୍ୟେକ ମାସରେ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ମଧ୍ୟ ପଠାଉଥିଲେ । ହେଲେ ଗତ ଦୁଇ ଦିନ ତଳେ କାର୍ଯ୍ୟସ୍ଥଳରେ କାମ କରିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ । ଏହି ସମୟରେ ସେଠାରେ ଥିବା ଠିକା ସଂସ୍ଥା କର୍ମଚାରୀ ତାଙ୍କୁ ତୁରନ୍ତ ମେଡ଼ିକାଲ ନେଇ ଯାଉଥିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟ ହୋଇଥିଲା ।

ତେବେ ଏନେଇ ଠିକା ସଂସ୍ଥା ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦେବା ସହ ମୃତଦେହ ଗାଁକୁ ପଠାଇ ଦେଇଥିବା ଜଣାପଡିଛି । ଜଣେ ବାପାକୁ ହରାଇ କାନ୍ଦୁଛି ତ ଆଉ ଜଣେ ମାଆ ନିଜ ଭେଣ୍ଡିଆ ପୁଅକୁ ହରାଇ ଆତ୍ମହରା ହୋଇ ପଡ଼ିଛି । ହେଲେ ଏହି କାନ୍ଦଣା କେବେ ସରକାରଙ୍କୁ ଶୁଭିବ ତାହା ଏକ ବଡ଼ ପ୍ରଶ୍ନବାଚୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.