ETV Bharat / state

ଇନ୍ଦ୍ରାବତୀ କେନାଲ ନିର୍ମାଣକୁ ନେଇ ଗର୍ଜିଲା ସିପିଆଇ - ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ସିପିଆଇର ବିକ୍ଷୋଭ

କଳାହାଣ୍ଡି ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ବିକ୍ଷୋଭ । ଇନ୍ଦ୍ରାବତୀ ରାଇଟ କେନାଲରୁ ଚାଷୀଙ୍କୁ ଜଳ ଯୋଗାଣ, ଆଦିବାସୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ ଓ ଦୁଣ୍ଡା ଗାଁକୁ ରାସ୍ତା ନିର୍ମାଣ ଆଦିକୁ ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ସିପିଆଇର ବିକ୍ଷୋଭ

author img

By

Published : Jun 28, 2022, 10:26 PM IST

ଭବାନୀପାଟଣା: ଜୁନାଗଡ଼ରେ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷୀଙ୍କୁ ଜଳ ସେଚନ ସୁବିଧା ଯୋଗାଇ ଦେବା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଇନ୍ଦ୍ରାବତୀ ରାଇଟ କେନାଲ ମରାମତି କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ଦାବି ।

ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ସିପିଆଇର ବିକ୍ଷୋଭ

କଳାହାଣ୍ଡି ଜିଲ୍ଲାରେ ବର୍ଷାର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ଖରିଫ ଚାଷକୁ ନେଇ ଜିଲ୍ଲାର ଚାଷୀ ଚିନ୍ତାରେ ରହିଥିବା ବେଳେ ଇନ୍ଦ୍ରାବତୀ ରାଇଟ କେନାଲ ମରାମତି ପାଇଁ ଜଳ ସେଚନ ବନ୍ଦ ରହିଛି । ତେବେ ସମୟସୀମା ମଧ୍ୟରେ ମରାମତି କାର୍ଯ୍ୟ ସରିବାର ସମ୍ଭାବନା ନଥିବା ବେଳେ ଏହାକୁ ପ୍ରତିବାଦ କରିଛି ସିପିଆଇ । ସହରର ଲଙ୍କେଶ୍ବରୀ ମନ୍ଦିରରୁ ଶତାଧିକ ଚାଷୀ ଓ ଦଳୀୟ କର୍ମୀ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଇନ୍ଦ୍ରାବତୀ ରାଇଟ କେନାଲରୁ ଚାଷୀଙ୍କୁ ଜଳ ଯୋଗାଣ, ଆଦିବାସୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ ଓ ଦୁଣ୍ଡା ଗାଁକୁ ରାସ୍ତା ନିର୍ମାଣ ଆଦିକୁ ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.