ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ ବାମପନ୍ଥୀଙ୍କ ଧାରଣା - kalahandi CPI protest

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ କଠୋର ଦଣ୍ଡ ଦେବା ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି ସିପିଆଇ ଓ ସିପିଏମଏଲ । ଅଧିକ ପଢନ୍ତୁ...

ମମିତାଙ୍କୁ ନ୍ୟାୟ ଦାବିରେ ବାମପନ୍ଥୀଙ୍କ ଧାରଣା

author img

By

Published : Oct 23, 2021, 9:03 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାକୁ ନେଇ ଏବେ ଚାରିଆଡେ ପ୍ରତିବାଦର ସ୍ୱର ଜୋର ଧରିଛି । ଶିକ୍ଷୟିତ୍ରୀ ମମିତା ମେହେଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ୱୀକାର କରିଥିବାବେଳେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ କଠୋର ଦଣ୍ଡ ଦେବା ଦାବିରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି ସିପିଆଇ ଓ ସିପିଏମଏଲ ।

ମମିତାଙ୍କୁ ନ୍ୟାୟ ଦାବିରେ ବାମପନ୍ଥୀଙ୍କ ଧାରଣା

ଏଥିସହ ରାଜ୍ୟ ସରକାର ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କାର ଅନୁକମ୍ପା ରାଶି ଓ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଦେବା ଦାବି କରିଛନ୍ତି। ଯଥା ଶୀଘ୍ର ସରକାର ଦାବି ପୂରଣ କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.