ଭବାନୀପାଟଣା: ଜିଲ୍ଲାରେ ଦ୍ରୁତ ଗତିରେ କାୟାବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ପ୍ରତ୍ୟେକ ଦିନ ଜିଲ୍ଲାରେ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଲୋକମାନଙ୍କୁ ସ୍ବାସ୍ତ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଟି କୋଭିଡ କେୟାର ସେଣ୍ଟର ର ବ୍ୟବସ୍ତା କରାଯାଇଥିବା ବେଳେ ଭବାନୀପାଟଣା ସହର ନିକଟ କାମଠଣା ଠାରେ କୋଭିଡ ହସ୍ପିଟାଲର ବ୍ୟବସ୍ଥା କରିଛି ପ୍ରଶାସନ ।
ସେପଟେ ଅନେକ ଆକ୍ରାନ୍ତ ବ୍ୟକ୍ତି ହୋମ ଆଇସାେଲେସନରେ ରହି ଚିକିତ୍ସା ମଧ୍ୟ ହେଉଛନ୍ତି । ରୋଗୀଙ୍କୁ କିଭଳି ଭାବରେ ଉପଯୁକ୍ତ ସ୍ବାସ୍ତ୍ୟସେବା ଯୋଗାଇ ଦିଆଯିବ ଏବଂ କରୋନାରେ ଆକ୍ରାନ୍ତ ରୋଗୀ ଯେଉଁଭଳି ଭାବରେ ସମସ୍ୟାର ସମ୍ମୁଖୀନ ନ ହେବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କୋଭିଡ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ୧୦ ଜଣ ବଛା ବଛା ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।
ଏହି ଅଧିକାରୀ ସିଫ୍ଟ ଅନୁଯାୟୀ ୨୪ ଘଣ୍ଟା କଣ୍ଟ୍ରୋଲ ରୁମରେ ରହି ଆକ୍ରାନ୍ତ ବ୍ୟକ୍ତିଙ୍କ ଉପରେ ନଜର ରଖିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ୩ ଟି ଯୋଗାଯୋଗ ନମ୍ବରର ବ୍ୟବସ୍ଥା କରିଛି । ତେବେ ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭିଡ଼ିଓ ମଧ୍ୟ ଜାରୀ କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ