ETV Bharat / state

ବିଧାୟକଙ୍କ ପାଣ୍ଠିରୁ ଟଙ୍କା ହେରଫେର ମାମଲା, ପୂର୍ବତନ ବିଡିଓଙ୍କ ସମେତ 6 ଦଣ୍ଡିତ - court punish former bdo

ବିଧାୟକଙ୍କ ପାଣ୍ଠିରୁ ଟଙ୍କା ହେରଫେର ମାମଲାରେ ନୂଆପଡା ବୋଡେନ ବ୍ଲକର ପୂର୍ବତନ ବିଡିଓଙ୍କ ସମେତ 6 ଦଣ୍ଡିତ । ପୂର୍ବତନ ବିଡିଓ ସମେତ ୫ ଜଣ କର୍ମଚାରୀଙ୍କୁ ବର୍ଷେ ଜେଲ ସହ ଲକ୍ଷେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବାବେଳେ ଡିଷ୍ଟ୍ରିବ୍ୟୁଟରଙ୍କୁ ବର୍ଷେ ଜେଲ ସହ 2 ଲକ୍ଷ ଟଙ୍କା ଜରିମାନା ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 19, 2019, 12:53 PM IST

କଳାହାଣ୍ଡି: ବିଧାୟକ ପାଣ୍ଠିରୁ ଟଙ୍କା ହେରଫେର ମାମଲାରେ ନୂଆପଡା ବୋଡେନ ବ୍ଲକର ପୂର୍ବତନ ବିଡିଓ, 5 କର୍ମଚାରୀ ଓ ଡିଷ୍ଟ୍ରିବ୍ୟୁଟର ଦଣ୍ଡିତ । ପୂର୍ବତନ ବିଡିଓ ସମେତ ୫ ଜଣ କର୍ମଚାରୀଙ୍କୁ ବର୍ଷେ ଜେଲ ସହ ଲକ୍ଷେ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଓ ଡିଷ୍ଟ୍ରିବ୍ୟୁଟରଙ୍କୁ ବର୍ଷେ ଜେଲ ସହ 2 ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ନିର୍ଦ୍ଦେଶ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି ।

୨୦୦୪-୦୫ ଓ ୨୦୦୫-୦୬ ମସିହାରେ ତତ୍କାଳୀନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ବିଧାୟକ ପାଣ୍ଠିରୁ 17ଟି ଫ୍ରିଜ୍‌ କିଣାଯାଇଥିଲା । ସପ୍ଲାୟର ମେସର୍ସ ରାଜନ କୁମାର ଅଗ୍ରୱାଲର ମାଲିକ ତାରାଚନ୍ଦ ଅଗ୍ରୱାଲ ବୋଡେନ ବ୍ଲକରୁ ଟେଣ୍ଡର ନେଇ ବିଭିନ୍ନ ଅନୁଷ୍ଠାନକୁ ୧୭ ଟି ଫ୍ରିଜ ଯୋଗାଣ କରିଥିଲେ । ହେଲେ ଉକ୍ତ ଫ୍ରିଜର ନିମ୍ନମାନର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭିଜିଲାନ୍ସ ଏହାର ତଦନ୍ତ କରି ୨୦୦୮ ମସିହା ମାର୍ଚ୍ଚ ୩୧ ତାରିଖରେ ଏକ ମାମଲା ରୁଜୁ କରିଥିଲା । ପ୍ରତ୍ୟେକ ଫ୍ରିଜର ଦାମ ୮୫ ହଜାର ୫୦୦ ଟଙ୍କା ଥିବାବେଳେ ଟେଣ୍ଡର ମୁତାବକ କ୍ରୟ ହୋଇନଥିଲା । ସମୁଦାୟ ୮ ଲକ୍ଷ ୬୮ ହଜାର ୮୦୦ ଟଙ୍କାର କେଳେଙ୍କାରୀ ହୋଇଥିବାବେଳେ ଟିକସ ବାବଦକୁ ୧ଲକ୍ଷ ୬୦ ହଜାର ୩୧୨ ଟଙ୍କା ଠକେଇ ହୋଇଥିବା ଦର୍ଶାଯାଇଥିଲା । ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ତତ୍କାଳୀନ ବିଡିଓ ମିହିର ପ୍ରସାଦ ମିଶ୍ର, କ୍ୟାସିଅର ନାଗୁରାମ ମହାନନ୍ଦ ,ବ୍ଲକ ଅଡିଟର ରାଜେନ୍ଦ୍ର ତ୍ରିପାଠୀ, ମୁଖ୍ୟ କିରାଣୀ ରବୀନ୍ଦ୍ର ନାଥ ଦାସ, ବରିଷ୍ଠ କିରାଣୀ ଅଚ୍ୟୁତାନନ୍ଦ ରାୟ ଓ ଡିଷ୍ଟ୍ରିବ୍ୟୁଟର ତାରାଚନ୍ଦ ଅଗ୍ରୱାଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

କଳାହାଣ୍ଡିରୁ ଅଜିତ୍‌ ସିଂହ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ମାମଲାର ଶୁଣାଣି କରି ନୂଆପଡା ଜିଲ୍ଲାର ବୋଡେନ ବ୍ଲକର ପୂର୍ବତନ ବିଡ଼ିଓ ଓ ୫ କର୍ମଚାରୀ ଏବଂ ସପ୍ଲାୟର ଙ୍କୁ ଦଣ୍ଡିତ କରିଛନ୍ତି।ବିଧାୟକ ପାଣ୍ଠିରୁ ୧୭ ଟି ଫ୍ରିଜର କିଣାରେ ୮ ଲକ୍ଷ ୬୮ ହଜାର ୮୦୦ ଟଙ୍କାର କେଲେଙ୍କାରୀ ହୋଇଥିବା ଅଭିଯୋଗ ହୋଇଥିଲା ।ସୂଚନା ମୁତାବକ ବୋଡେନ ବ୍ଲକ ରେ ୨୦୦୪-୦୫ ଓ ୨୦୦୫-୦୬ ମସିହାରେ ତତ୍କାଳୀନ ବିଧାୟକ ଦୁର୍ଯ୍ୟଧନ ମାଝୀଙ୍କ ପାଣ୍ଠି ରୁ ୧୨ଟି ଫ୍ରିଜର କିଣା ଯାଇଥିଲା।ସପ୍ଲାୟର ମେସର୍ସ ରାଜନ କୁମାର ଅଗ୍ରୱାଲ ଙ୍କ ମାଲିକ ତାରାଚନ୍ଦ ଅଗ୍ରୱାଲ ବୋଡେନ ବ୍ଲକରୁ ଟେଣ୍ଡର ନେଇ ବିଭିନ୍ନ ଅନୁଷ୍ଠାନକୁ ୧୭ ଟି ଫ୍ରିଜ ଯୋଗାଣ କରିଥିଲେ। ହେଲେ ଉକ୍ତ ଫ୍ରିଜର ନିମ୍ନମାନର ହୋଇଥିବା Body:ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଡିଏସପି ଜଗନ୍ନାଥ ନାୟକ ଏହାର ତଦନ୍ତ କରି ୨୦୦୮ ମସିହା ମାର୍ଚ୍ଚ ୩୧ ତାରିଖରେ ଏକ ମାମଲା ଋଜୁ କରିଥିଲେ। ପ୍ରତ୍ୟେକ ଫ୍ରିଜର ଦାମ ୮୫ ହଜାର ୫୦୦ ଟଙ୍କା ଥିବାବେଳେ ଟେଣ୍ଡର ମୁତାବକ କ୍ରୟ ହୋଇନଥିଲା । ସମୁଦାୟ ୮ ଲକ୍ଷ ୬୮ ହଜାର ୮୦୦ ଟଙ୍କାର କେଲେଙ୍କାରୀ ହୋଇଥିବା ବେଳେ ଟିକସ ବାବଦକୁ ୧ଲକ୍ଷ ୬୦ ହଜାର ୩୧୨ ଟଙ୍କା ଠକେଇ ହୋଇଥିଲା। ତତ୍କାଳୀନ ବିଡ଼ିଓ ମିହିର ପ୍ରସାଦ ମିଶ୍ର,କ୍ୟାସିଅର ନାଗୁରାମ ମହାନନ୍ଦ,ବ୍ଲକ ଅଡିଟର ରାଜେନ୍ଦ୍ର ତ୍ରିପାଠୀ, Conclusion:ମୁଖ୍ୟ କିରାଣୀ ରବୀନ୍ଦ୍ର ନାଥ ଦାସ ,ବରିଷ୍ଠ କିରାଣୀ ଅଚ୍ୟୂତାନନ୍ଦ ରାୟ, ଓ ଡିଷ୍ଟ୍ରିବ୍ୟୁଟର ତାରାଚନ୍ଦ ଅଗ୍ରୱାଲ ମିଶି ଷଡଯନ୍ତ୍ର କରି ବ୍ୟାପକ ଅନିୟମିତତା କରିଥିଲେ। କଳାହାଣ୍ଡି ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ଜଜ ବିଧାନ କୁମାର ଚାନ୍ଦ ଏହି ମାମଲାର ଶୁଣାଣି କରିଥିଲେ। ପୂ୍ର୍ବତନ ବିଡ଼ିଓ ସମେତ ୫ ଜଣ କର୍ମଚାରୀ ଙ୍କୁ ଏକ ବର୍ଷ ଜେଲ ଓ ୧ ଲକ୍ଷ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ତାରାଚନ୍ଦ ଅଗ୍ରୱାଲଙ୍କୁ ଏକ ବର୍ଷ ଜେଲ ଓ ୨ ଲକ୍ଷ ଟଙ୍କା ଜରିମାନା ପାଇଁ ଦଣ୍ଡାଦେଶ ଦେଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.