ETV Bharat / state

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

author img

By

Published : Aug 26, 2022, 11:08 PM IST

ଧର୍ମଗଡ ଥାନା ଅନ୍ତର୍ଗତ କିର୍କାକାନୀ ଗାଁରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କଳାହାଣ୍ଡି: ପୁଣି ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର । ଧର୍ମଗଡ ଥାନା ଅନ୍ତର୍ଗତ କିର୍କାକାନୀ ଗାଁରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଗାଁ ମୁଣ୍ଡରେ ଥିବା ଚାଷ ଜମି ନିକଟରେ ଏକ ଗଛରେ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା ।

ଧର୍ମଗଡ ଥାନା ଅନ୍ତର୍ଗତ କିର୍କାକାନୀ ଗାଁରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କିର୍କାକାନୀ ଗାଁ ମୁଣ୍ଡରେ ଥିବା ଚାଷ ଜମି ନିକଟରେ ଏକ ଗଛରେ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ (Couple hanging dead body found) ପାଇଥିଲେ ଗ୍ରାମବାସୀ । ପରେ ସେମାନେ ଏବାବଦରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରିଥିଲା । ସେମାନେ କିର୍କାକାନୀ ଗାଁର ୨୬ ବର୍ଷୀୟ ଯୁବକ ପାର୍ଥ ରାଉତ ଓ ନାବାଳିକା ଦୀପା ନାଏକ ବୋଲି ଜଣା ପଡିଛନ୍ତି । ଏହା ଏକ ପ୍ରେମ ଜନିତ ଘଟଣା ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି । ସେପଟେ ପ୍ରେମିକାକୁ ସ୍କୁଲ ଡ୍ରେସରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ପୋଲିସ ସୂଚନା ଦେଇଛି ।

ନିକଟରେ ନବରଙ୍ଗପୁରର ଏକ ମନ୍ଦିର ପରିସରରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଅଲେଖ ମହିମା ମନ୍ଦିର ପରିସରରେ ଥିବା ରୋଷେଇ ଘର ଭିତରୁ ପ୍ରେମୀ ଯୁଗଳଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଥିଲା । ଯେଉଁଥିରେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ 'ମେରେ ପ୍ୟାରେ ପୂର୍ଣିମା, ମେ ଯା ରାହାହୁଁ ଲଭ ୟୁ ମାଆ' ଏବଂ ଏକ ମୋବାଇଲ ନମ୍ବର ଲେଖା ହୋଇଥିଲା । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.