ଭବାନୀପାଟଣା: ଜିଲ୍ଲାରେ ପ୍ରଥମ କୋରୋନା ପଜିଟିଭ ବାହାରିବା ପରେ ଲୋକେ ଆତଙ୍କିତ । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କଡାକଡି ପ୍ରସ୍ତୁତି ଚାଲିଛି । ୩୧୦ ପଞ୍ଚାୟତରେ କୋରୋନା କର୍ଣ୍ଣର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି ।
ଏହି ସମସ୍ତ ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି । ଏଥିରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ସହ ରୋଗୀଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଯାଉଛି । ଏହାସହ ଦିନକୁ ଦୁଇଥର ଡାକ୍ତରୀ ଯାଞ୍ଚର ବ୍ୟବସ୍ଥା ରହିଛି ।କୋରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ୪୮ଟି ରାପିଡ ରେସପନ୍ସ ଟିମ ଗଠନ କରି ସ୍ଥିତି ଉପରେ ନଜର ରଖାଯାଉଛି ।
ଜିଲ୍ଲାକୁ ଲକଡାଉନ ପୂର୍ବରୁ ୫୮୦୦ ଆନ୍ତଃରାଜ୍ୟ ଓ ବିଦେଶ ଫେରନ୍ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ତେବେ କୋରୋନା କର୍ଣ୍ଣରର ବିଶୋଧନ ଓ ଆବଶ୍ୟକସ୍ଥଳେ ଶବଦାହ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବର୍ତ୍ତମାନ ମାନବ ସମ୍ବଳର ଅଭାବ ରହୁଥିବା ଦେଖିବାକୁ ମିଳିଛି ।ଏନେଇ ଇଟିଭି ଭାରତ ପ୍ରତିନିଧି ରିଆଲିଟି ଚେକ୍ ପାଇଁ ପହଞ୍ଚିଥିଲେ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତରେ ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ