ETV Bharat / state

କଳାହାଣ୍ଡିରେ କୋରୋନା କାୟା; ଦିନକରେ 75 ଆକ୍ରାନ୍ତ

author img

By

Published : Apr 9, 2021, 7:50 AM IST

ଦ୍ବିତୀୟ ଲହରୀ କୋପରେ କଳାହାଣ୍ଡି । ଗୋଟିଏ ଦିନରେ 75 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କଳାହାଣ୍ଡିରେ କୋରୋନା କାୟା
କଳାହାଣ୍ଡିରେ କୋରୋନା କାୟା

ଭବନୀପାଟଣା: ରାଜ୍ୟରେ କେରୋନାର ଦ୍ବିତୀୟ ଲହରୀ ନେଇ ବଢିଚାଲିଛି ସଂକ୍ରମଣ । ଦ୍ବିତୀୟ ଲହରୀ କୋପରୁ ବର୍ତ୍ତି ପାରିନି କଳାହାଣ୍ଡି ଜିଲ୍ଲା । ଗୁରୁବାର ଗୋଟିଏ ଦିନରେ ଜିଲ୍ଲାରେ 75 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି ।

ଗୁରୁବାର ରାଜ୍ୟରେ ମୋଟ 879ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ କଳାହାଣ୍ଡିରୁ ରହିଥିଲେ 75 ଆକ୍ରାନ୍ତ । ଭବାନୀପାଟଣାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ଡିରେ କୋରୋନା କାୟା

ସମସ୍ତ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେପଟେ ଅମାନିଆଙ୍କ ମନମାନି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବୁଦ୍ଧିଜୀବୀ କହିଛନ୍ତି । ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲୋକଙ୍କୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସଚେତନ କରିବା ସହ ଅମାନିଆଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.