ETV Bharat / state

ଅଣାୟତ୍ତ କୋରୋନା; କଳାହାଣ୍ଡିରେ 109 ଛୁଇଁଲା ପଜିଟିଭ କେସ - କୋରୋନା ସଂକ୍ରମଣ

କଳାହାଣ୍ଡି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟ 100 କୁ ଟପିଛି । ଜିଲ୍ଲାରେ ବୁଧବାର ପୁଣି 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଜିଟିଭ ସଂଖ୍ୟା ବୃଦ୍ଧି ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି । ଅଧିକ ଖବର ପଢନ୍ତୁ...

ଅଣାୟତ୍ତ କୋରୋନା; କଳାହାଣ୍ଡିରେ 109 ଛୁଇଁଲା ପଜିଟିଭ କେସ

author img

By

Published : Jul 23, 2020, 8:08 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 କୁ ଟପିଛି । ଜିଲ୍ଲାରେ ବୁଧବାର ପୁଣି 7 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଜିଟିଭ ସଂଖ୍ୟା ବୃଦ୍ଧି ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି । 7 ଜଣ ରୋଗୀଙ୍କ ମଧ୍ୟରୁ 4 ଜଣ ଛତିଶଗଡ଼ ଫେରନ୍ତା ପ୍ରବାସୀ ଶ୍ରମିକ ହୋଇଥିବା ବେଳେ କ୍ବାରେଣ୍ଟାଇନ ସାରି ଗୃହ ସଙ୍ଗରୋଧ ରେ ରହୁଥିଲେ ।

ଅଣାୟତ୍ତ କୋରୋନା; କଳାହାଣ୍ଡିରେ 109 ଛୁଇଁଲା ପଜିଟିଭ କେସ

ସେହିପରି ଭବାନୀପାଟଣା ସହରର 3 ଜଣ ଆକ୍ରାନ୍ତ ଗଞ୍ଜାମ ଫେରନ୍ତା ବୋଲି ଜଣା ପଡିଥିବା ବେଳେ ଏମାନେ ମଧ୍ୟ ଗୃହ ସଙ୍ଗରୋଧରେ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ସହରବାସୀଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 109 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 83 ଜଣ ସୁସ୍ଥ ହୋଇଛନ୍ତି ଏବଂ 26 ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.