ଭବାନୀପାଟଣା: ଗଡ କାଟିବାକୁ ଚେଷ୍ଟା କଲେ ମୁଁ ମୁଣ୍ଡ କାଟିଦେବି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଅଡୁଆରେ ବସନ୍ତ । ଘଟଣା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ପରେ ନବ ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଧ୍ୟକ୍ଷ ଓ କାଉନସିଲରଙ୍କ ସମେତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ହେଲେ ଜୁନାଗଡ ସହରର କିଛି ବିକାଶ ମୂଳକ ଆଲୋଚନାକୁ ନେଇ ବିଜେଡି କାଉନସିଲର ଓ ସାଂସଦ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ସେ ଦେବୀ ଲଙ୍କେଶ୍ବରୀ ଓ ମାଣିକେଶ୍ଵରୀଙ୍କୁ ସାକ୍ଷୀ ରଖି କିଛି ରାଜନୈତିକ ଛୁଙ୍କ ଦେଇ କହିଥିଲେ ଯେ "ମୁଁ ମୋ ଗୋଡରେ ଛିଡା ହୋଇଛି, ଯିଏ ମୋ ଗଡ କଟିବାକୁ ଚେଷ୍ଟା କରିବ ମୁଁ ତା ମୁଣ୍ଡ କାଟି ଦେବି । ହେଲେ ସାଂସଦଙ୍କ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।
କଲାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ