ETV Bharat / state

ମଣ୍ଡି ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର

author img

By

Published : Jun 14, 2021, 8:13 PM IST

କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ କଂଗ୍ରେସ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି । ଅଧିକ ପଢନ୍ତୁ...

ମଣ୍ଡି ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର
ମଣ୍ଡି ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ସୁଧୁରୁନି ମଣ୍ଡି ବ୍ୟବସ୍ଥା, ଖରିଫ ପରେ ରବି ଋତୁରେ ମଧ୍ୟ ପିଛା ଛାଡୁନି ଚାଷୀଙ୍କ ସମସ୍ୟା । ବର୍ତ୍ତମାନ ମଧ୍ୟ ଜିଲ୍ଲାର ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ। କିଛି ଦିନ ଧରି ଜିଲ୍ଲାରେ ଲାଗି ରହିଥିବା ମୌସୁମୀ ବର୍ଷା ଯୋଗୁଁ ଧାନ ଗଜା ହେବା ହୋଇଯାଇଥିବା ଦେଖିବାକୁ ମିଳିଛି ।

ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡି ରହୁଥିବା ଯୋଗୁଁ ନିର୍ଦ୍ଧାରିତ ସମୟରେ ଧାନ ଉଠିପାରୁନି । ଫଳରେ ଚାଷୀଙ୍କ ଟୋକନର ବୈଧତା ଶେଷ ହୋଇଯାଉଛି । ଧାନ କ୍ରୟ ସଂସ୍ଥା ଓ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡି ଗୁଡିକରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଯଥାଶୀଘ୍ର ମଣ୍ଡିରେ ଲାଗି ରହିଥିବା ସମସ୍ୟା ସମାଧାନ ସହ ତୁରନ୍ତ ଚାଷୀଙ୍କ ଧାନ ଉଠା ନଗଲେ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.