ETV Bharat / state

ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ, ବିଜେଡି ଶିବିରରେ ଉତ୍ସାହ

ଆସନ୍ତା ୫ ତାରିଖରେ ପଶ୍ଚିମ ଓଡିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ଜିଲ୍ଲା ପ୍ରଶାସନ ଓ ବିଜୁ ଯୁବ ଜନତା ଦଳର ପ୍ରସ୍ତୁତି ଆରମ୍ଭ । ଅଧିକ ପଢ଼ନ୍ତୁ

author img

By

Published : Feb 28, 2023, 10:47 PM IST

cm Naveen Patnaik visit to kalahandi
cm Naveen Patnaik visit to kalahandi
ପଶ୍ଚିମ ଓଡିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭବାନୀପାଟଣା: ଆସନ୍ତା ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୩ ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମ ପଶ୍ଚିମ ଓଡିଶା ଗସ୍ତ ହେବ । ଗସ୍ତ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ତେବେ ନବୀନଙ୍କ ଗସ୍ତ ନେଇ ଜିଲ୍ଲା ବିଜୁ ଜନତା ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଳ ପଡିଆ ଠାରେ ପହଞ୍ଚିବେ । ସେଠାରେ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିଜୁ ଏକ୍ସପ୍ରେସ ୱେ ଦେଇ ରୋଡ଼ ସୋ ଯୋଗେ କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଠାରେ ପହଞ୍ଚିବା ପରେ ଏକ ବୈଠକରେ ଯୋଗ ଦେବେ। ଆମପାଣି ଠାରେ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନପାଲିରେ ୧୮୨ କୋଟି ଟଙ୍କାରେ ନିର୍ମିତ ଦୀର୍ଘ ୭୧ କିଲୋମିଟର ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ବ ବ୍ୟୟ ଅଟକଳରେ ଧର୍ମଗଡ଼ ସରକାରୀ ବସଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥାନରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶ ସଚିନ ପାୱାର, ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପରିଦର୍ଶନ କରିବା ସହ ଏହାର ସମୀକ୍ଷା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ବିଜୁ ଜନତା ଦଳରେ ମଧ୍ୟ ଉତ୍ସାହ ଦେଖା ଦେଇଛି । ଧର୍ମଗଡ଼ ଠାରେ ଜିଲ୍ଲା ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଭାବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି । ସେପଟେ ନବୀନଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଏସପି ଅଭିଳାଷ ଜି ସ୍ଥାନ ପରିଦର୍ଶନ କରିଛନ୍ତି ।

ଏହା ପରେ ନୂଆପଡ଼ା ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ସମୟରେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ । ଏହାପରେ ସିନାପାଲି ଅଭିମୁଖେ ଏକ ସ୍ୱତନ୍ତ୍ର ବସ ଯୋଗେ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଗସ୍ତ କରିବେ । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୌର୍ଘ୍ୟ ବିଶିଷ୍ଟ ୪ ଲେନ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସେଥିରୁ ୨୦୨୨-୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡ଼ା ଘାଟିପଡ଼ା ଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬କିମି ରାସ୍ତାର ନିର୍ମାଣ ଶେଷ ହୋଇଛି । ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି । ଅନ୍ୟପଟେ ନୂଆପଡ଼ା ଏବଂ ଖରିଆର ରୋଡ଼ରେ ନବ ନିର୍ମିତ ଇନଡୋର ଷ୍ଟାଡିୟମର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.