ETV Bharat / state

କଳାହାଣ୍ଡି ମର୍ଡର ମିଷ୍ଟ୍ରୀ: ପର୍ଦ୍ଦାଫାଶ କଲା ଛତିଶଗଡ ପୋଲିସ

ଗତ ଜାନୁଆରୀ ଦଶ ତାରିଖ ଦିନ ଓଡିଶା ଛତିଶଗଡ ସୀମାନ୍ତରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଛତିଶଗଡ ପୋଲିସ । ଅଧିକ ପଢନ୍ତୁ...

ଛତିଶଗଡ ସୀମାନ୍ତ ହତ୍ୟା ମାମଲା: ପର୍ଦ୍ଦାଫାସ କଲା ଛତିଶଗଡ ପୋଲିସ

author img

By

Published : Feb 17, 2020, 11:04 PM IST

କଳାହାଣ୍ଡି: ଓଡିଶା-ଛତିଶଗଡ ସୀମାନ୍ତ ହତ୍ୟା ଘଟଣା । ପର୍ଦ୍ଦାଫାଶ କଲା ଛତିଶଗଡ ପୋଲିସ । ଗତ ଜାନୁଆରୀ ଦଶ ତାରିଖ ଦିନ ଓଡିଶା ଛତିଶଗଡ ସୀମାନ୍ତରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଛତିଶଗଡ ପୋଲିସ ।

ଛତିଶଗଡ ସୀମାନ୍ତ ହତ୍ୟା ମାମଲା: ପର୍ଦ୍ଦାଫାସ କଲା ଛତିଶଗଡ ପୋଲିସ

ସୂଚନା ଥାଉକି, ଗତ ଜାନୁୟାରୀ ଦଶ ତାରିଖ କଳାହାଣ୍ଡି ଧର୍ମଗଡ ଥାନା ଅନ୍ତର୍ଗତ ଲଛିପୁର ଗ୍ରାମର ତର୍ପ ସୁନାନିଙ୍କ (55)ରକ୍ତାକ୍ତ ମୃତଦେହ ଛତିଶଗଡ ସୀମାନ୍ତ ଠିର୍ଲିଗୁଡାଠାରେ ଠାବ ହୋଇଥିଲା।

ଘଟଣା ସ୍ଥଳରେ ଛତିଶଗଡ ଦେଭୋଗ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟା ବୋଲି ଜଣାପଡିବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା ଦେଭୋଗ ପୋଲିସ ।

ଘଟଣା ସମ୍ପର୍କରେ ଧର୍ମଗଡ ପୋଲିସ ସହ ଯୋଗାଯୋଗ ରଖାଯିବା ସହ ଗରିଆବନ୍ଦ ଡିଏସପି ଆଶିଷ କୁଞ୍ଜାମଙ୍କ ନେତୃତ୍ବରେ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଡିଏସ୍‌ପି କୁଞ୍ଜାମ।

ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ନିଜ ଭାଇ ବଳଦେବ ସୁନାନି(47) ଓ ପୁତୁରା ଭଗତ ସୁନାନି (28) ହିଁ ହତ୍ୟାକାରୀ । କେବଳ ପଚାଶ ଡିସମିଲ ଜମି ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଘଟଣା ଦିନ ତର୍ପ ସୁନାନି କୌଣସି କାମ ପାଇଁ ଘରୁ ବାହାରି ଥିଲେ କିନ୍ତୁ ଗାଁର ଅଳ୍ପ ଦୂର ଏକ ନିଛାଟିଆ ଜାଗାରେ ବାପ ପୁଅ ତର୍ପକୁ ଦେଖି ତଣ୍ଟିଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଫଳରେ ଘଟଣାସ୍ଥଳରେ ସେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ଏକ ମୋଟର ସାଇକେଲରେ ବସାଇ ତାଙ୍କ ମୁହଁରେ ଗାମୁଛା ଗୁଡାଇ ତାଙ୍କୁ ଏକ ନିଛାଟିଆ ରାସ୍ତା ଦେଇ ଛତିଶଗଡ ସୀମାନ୍ତକୁ ନେଇଥିଲେ ଓ ସେଠାରେ ଏକ ପଥର ସାହାଯ୍ୟରେ ମୁଣ୍ଡ ଓ ମୁହଁରେ ବାରମ୍ବାର ଆଘାତ କରିଥିଲେ । ଫଳରେ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ତଦନ୍ତ ସମୟରେ ବାପ-ପୁଅଙ୍କ ବୟାନ ତାଳମେଳ ନଥିବାରୁ ପୋଲିସର ସନ୍ଦେହ ଉଭୟଙ୍କ ଉପରେ ହୋଇଥିଲା । ପରେ ହତ୍ୟାକାରିଙ୍କୁ ଧରିବା ପାଇଁ ଡିଏସ୍‌ପିଙ୍କ ନେତୃତ୍ଵରେ ଥାନା ଅଧିକାରୀ ସତ୍ୟନ୍ଦ୍ର ସିଂ ଶ୍ୟାମ, ପୁରୁଷୋତ୍ତମ ଯାଦବ, ଚୂଡାମଣି ଦେବତା, ସତିସ ଗିରି, ରାହୁଲ ସିଂ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ଶ୍ପେସିଆଲ ଟିମ୍‌ ଗଠନ କରାଯାଇ ଅତି ଚତୁରତାର ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ଦେଭୋଗ ପୋଲିସ । ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.