ETV Bharat / state

ଛତର ଯାତ୍ରା ପାଇଁ ଉତ୍ସବ ମୂଖର କଳାହାଣ୍ଡି - famous festival of kalahandi

ଦେବୀପୀଠ ହେଉ ଅବା ପୂଜାମଣ୍ଡପ ସବୁଠି ଚାଲିଛି ଦେବୀଙ୍କ ଆବାହାନ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଛତରଯାତ୍ରା । ସରିଛି ପ୍ରସ୍ତୁତି, ମାଙ୍କ ଅପେକ୍ଷାରେ ଭକ୍ତ।

ଛତର ଯାତ୍ରା ପାଇଁ ଉତ୍ସବ ମୂଖର କଳାହାଣ୍ଡି
author img

By

Published : Oct 6, 2019, 2:46 AM IST

କଳାହାଣ୍ଡି: ଆସିଛି ପାର୍ବଣର ଋତୁ । ରାସ୍ତାଘାଟ, ହାଟବଜାର ସବୁଠି ଗହଳି । ଦେବୀପୀଠ ହେଉ ଅବା ପୂଜାମଣ୍ଡପ ସବୁଠି ଚାଲିଛି ଦେବୀଙ୍କ ଆବାହାନ । ସେପଟେ ଆସନ୍ତା କାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଛତରଯାତ୍ରା । ସମସ୍ତ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ଏବେ ଧରାପୃଷ୍ଠରେ ବେଜେ କରୁଛନ୍ତି ମା ଦୁର୍ଗା ।

ଛତର ଯାତ୍ରା ପାଇଁ ଉତ୍ସବ ମୂଖର କଳାହାଣ୍ଡି

ଏଣୁ ଚାରିଆଡେ ପାର୍ବଣର ମାହୋଲ । ସେପଟେ ଆସନ୍ତା କାଲି ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା କୁ ନେଇ ଘଣ୍ଟୁଆ,ନିସାନ,ଢାପ ଓ ମାଙ୍କ ପ୍ରିୟ ବାଦ୍ୟ ଘୁମୁରା ପାଇଁ ଅଭ୍ୟାସର ପର୍ବ ମଧ୍ୟ ପହଞ୍ଚି ସାରିଛି ଶେଷ ପର୍ଯାୟରେ ।

ତନ୍ତ୍ରମନ୍ତ୍ରରେ ଆବାହନ କରାଯାଉଛି ଜଗତ ଜନନୀ ମାଁ ଦୁର୍ଗାଙ୍କୁ । ଆଉ ପାର୍ବଣ ପାଇଁ ଚଳଚଞ୍ଚଳ ହୋଇପଡିଛି ଏବେ ସାରା କଳାହାଣ୍ଡି ଜିଲ୍ଲା ଅନ୍ୟପଟେ ମଧ୍ୟ ଆସନ୍ତାକାଲି ଛତରଯାତ୍ରାରେ ବାଦ ବିବାଦରେ ଥିବା ବଳି ପ୍ରଥା ବେଶ ଫରକ ପକାଇପାରିନି ଭକ୍ତଙ୍କୁ । ଚାରିଆଡୁ ଆରମ୍ଭ ହୋଇଗଲାଣି ଭକ୍ତଙ୍କ ସମାଗମ ।ମାଙ୍କର ପୂଜାପାର୍ବଣ ବର୍ଷ ସାରା ଚାଲିଥିଲେ ବି ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା ଛତର ର ଦର୍ଶନ ମିଳିଥାଏ ।ଯାହା ବର୍ଷ ରେ କେବଳ ଥରେ ଅନୁଷ୍ଠିତ ହୋଇଥାଏ ।

ଛତରଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା,ଛେଳି,କୁକୁଡା ଆଦି ହଜାର ହଜାର ମାତ୍ରାରେ ବଳି ଦେଇଥାନ୍ତି । ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଉଡେଇଥାନ୍ତି । ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇଉଠେ ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ଆଉ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ମାଆଙ୍କର ଆଶିର୍ବାଦ ଭିକ୍ଷା କରିଥାନ୍ତି । ପ୍ରଶାସନ ପକ୍ଷରୁ ବଳିପ୍ରଥାକୁ ରୋକିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସେପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:ଛତର ଯାତ୍ରା ପାଇଁ ଉତ୍ସବ ମୂଖର କଳାହାଠି । ଆସିଛି ପାର୍ବଣ ର ରୁତୁ ।ରାସ୍ତାଘାଟ,ହାଟବଜାର ସବୁଠି ଗହଳି ।ଦେବୀପୀଠ ହେଉ ଅବା ପୂଜାମଠପ ସବୁଠି ଚାଲିଛି ଦେବୀ ଙ୍କ ଆବାହାନ ।ସେପଟେ ଆସନ୍ତା କାଲି କଳାହାଠି ର ଅଧୀଷ୍ଠାତ୍ରୀ ଦେବୀ ମାଁ ମାଣିଙ୍କେଶ୍ୱରୀ ଙ୍କ ଛତରଯାତ୍ରା ।ସମସ୍ତ ପ୍ରସ୍ତୁତି ବି ଶେସ ପର୍ଯାୟ ରେ ।ଏବେ ଧରାପ୍ରୁଷ୍ଠ ରେ ବେଜେ କରୁଛନ୍ତି ମାଁ ଦୁର୍ଗା ।ଏଣୁ ଚାରିଆଡେ ପାର୍ବଣ ର ମହକ । ସେପଟେ ଆସନ୍ତା କାଲି ମାଁ ମାଣିଙ୍କେଶ୍ୱରୀ ଙ୍କ ଛତର ଯାତ୍ରା କୁ ନେଇ ଘଣ୍ଟୁଆ,ନିସାନ,ଢାପ ଓ ମାଁ ଙ୍କ ପ୍ରିୟ ବାଦ୍ୟ ଘୁମୁରା ପାଇଁ ଅଭ୍ୟାସ ର ପର୍ବ ମଧ୍ୟ ପହଞ୍ଚିସାରିଛି ଶେସ ପର୍ଯାୟ ରେ ।Body:ତନ୍ତ୍ରମନ୍ତ୍ର ରେ ଆବାହନ କରାଯାଉଛି ଜଗତ ଜନନୀ ମାଁ ଦୁର୍ଗା ଙ୍କୁ ।ଆଉ ପାର୍ବଣ ପାଇଁ ଚଳଚଞ୍ଚଳ ହୋଇପଡିଛି ଏବେ ସାରା କଳାହାଠି ଜିଲ୍ଲା ଅନ୍ୟପଟରେ ଆସନ୍ତାକାଲି ଛତରଯାତ୍ରା ରେ ବାଦ ବିବାଦ ରେ ଥିବା ବଳି ପ୍ରଥା ବେଶ ଫରକ ପକାଇପାରିନି ଭକ୍ତ ଙ୍କୁ ।ଚାରିଆଡୁ ଆରମ୍ଭ ହୋଇଗଲାଣି ଭକ୍ତ ଙ୍କ ସମାଗମ ।ମାଁ ଙ୍କର ପୂଜାପାର୍ବଣ ବର୍ଷ ସାରା ଚାଲିଥିଲେ ବି ଏହି ଛତରଯାତ୍ରା ଦିନ ହିଁ ତାଙ୍କ ବିଜୟ ପ୍ରତିମା ଛତର ର ଦର୍ଶନ ମିଳିଥାଏ ।ଯାହା ବର୍ଷ ରେ କେବଳ ଥରେ ଅନୁଷ୍ଠିତ ହୋଇଥାଏ ।Conclusion:ଛତରଯାତ୍ରା ରେ ମାନସିକ ରଖିଥିବା ଭକ୍ତ ବୋଦା,ଛେଳି,କୁକୁଡା ଆଦି ହଜାର ହଜାର ମାତ୍ରା ରେ ବଳି ଦେଇଥାନ୍ତି ଏବଂ ଅନ୍ୟପଟେ ଭକ୍ତ ଶାନ୍ତି ର ପ୍ରତୀକ କପୋତ କୁ ମଧ୍ୟ ଯାତ୍ରା ସମୟ ରେ ଉଡେଇଥାନ୍ତି ।ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇଉଠେ ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା । ଆଉ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ମାଁ ଙ୍କ ର ଆଶିର୍ବାଦ ଭିକ୍ଷା କରିଥାନ୍ତି ।ପ୍ରଶାସନ ପକ୍ଷରୁ ବଳିପ୍ରଥା କୁ ରୋକିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ।ସେପଟେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡାକଡି କରାଯାଇଛି । ବାଇଟ-ପ୍ରିତି ପଟ୍ଟନାୟକ(ଶ୍ରଦ୍ଧାଳୁ) ବାଇଟ-ସତ୍ୟ ନାରାୟଣ ମହାପାତ୍ର (ଗବେଷକ) ବାଇଟ-ବାତୁଲା ଗଙ୍ଗ ।ଧର (ଏସପି କଳାହାଠି)ପି ଟୂ ସି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.