ଭବାନୀପାଟଣା: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଗତ 14 ଦିନ 6ଟି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ କରିଛି ସ୍ବତନ୍ତ୍ର କେନ୍ଦ୍ରୀୟ ଟିମ୍ । ଏହି ଟିମଟି ଅଭୟାରଣ୍ୟରୁ ତଦନ୍ତ ସାରି ଫେରିବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ସ୍ବତନ୍ତ୍ର ବୈଠକ କରିଛି । ହାତୀ ମୃତ୍ୟୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗ ସମ୍ପର୍କରେ ଏଥିରେ ଆଲୋଚନା ହୋଇଛି ।
ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ, ସେଣ୍ଟର ଅଫ ଓ୍ବାଇଲ୍ଡ ଲାଇଫ ଡ଼ କରିକାଲନ ମାଥେସ, ଜାତୀୟ ହାତୀ କେନ୍ଦ୍ର କୋଡିନେଟର ଡ଼ ପିପି ପଣ୍ଡା, ପ୍ରଫେସର ଡ଼ ନିରଞ୍ଜନ ସାହୁ, ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କିଶୋର ଖମାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ