ETV Bharat / state

ସିବିଏସଇ ଦ୍ବାଦଶ ପରୀକ୍ଷାରେ କଳାହାଣ୍ଡି ଟପ୍ପର ହେଲେ ସାନିଆ - ସିବିଏସଇ ଦ୍ବାଦଶ ଫଳାଫଳ

କଳାହାଣ୍ଡି ଧର୍ମଗଡ଼ ସହରର ସାନିଆ ଅଗ୍ରୱାଲ ସିବିଏସଇ ଯୁକ୍ତ 2 ବାଣିଜ୍ୟ ପରୀକ୍ଷାରେ ୯୭ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଭବିଷ୍ୟତରେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ହେବାର ଲକ୍ଷ ରଖିଛନ୍ତି ସାନିଆ । ଅଧିକ ପଢନ୍ତୁ...

ସିବିଏସଇ ଦ୍ବାଦଶ ପରୀକ୍ଷାରେ କଳାହାଣ୍ଡି ଟପ୍ପର ହେଲେ ସାନିଆ

author img

By

Published : Jul 17, 2020, 4:40 AM IST

ଭବାନୀପାଟଣା: ଧର୍ମଗଡ଼ ସହରର କିଶୋର ଅଗ୍ରୱାଲ ଓ ସୁନିତା ଅଗ୍ରୱାଲଙ୍କ ଝିଅ ସାନିଆ ଅଗ୍ରୱାଲ ସିବିଏସଇ ଯୁକ୍ତ 2 ବାଣିଜ୍ୟ ପରୀକ୍ଷାରେ ୯୭ ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ସାଇନା ଭୁବନେଶ୍ବରର ସାଇ ଇଣ୍ଟରନ୍ୟାସନଲ କଲେଜ ରେ ଯୁକ୍ତ 2 ବାଣିଜ୍ୟ ବିଭାଗର ଛାତ୍ରୀ । ତେବେ ତାଙ୍କର ଏହି ସଫଳତା ପଛରେ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବାପାମାଆଙ୍କ ପ୍ରେରଣା ଓ ନିଜସ୍ବ ପରିଶ୍ରମର ଫଳ ରହିଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।

ସିବିଏସଇ ଦ୍ବାଦଶ ପରୀକ୍ଷାରେ କଳାହାଣ୍ଡି ଟପ୍ପର ହେଲେ ସାନିଆ

ଜୀବନରେ ସଫଳତା ପାଇବକୁ ହେଲେ ପରିଶ୍ରମ, ଦକ୍ଷତା ଓ ସାମର୍ଥ୍ୟକୁ ବିନିଯୋଗ କରି ନିଜ କର୍ତ୍ତବ୍ୟ ପଥରେ ଆଗଭର ହେବାକୁ ପଡେ । ଭବିଷ୍ୟତରେ ସାନିଆ ମଧ୍ୟ ମା'ଙ୍କ ପରି ଜଣେ ଦକ୍ଷ ଚାର୍ଟାଡ଼ ଆକାଉଣ୍ଟଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ଲୋକଙ୍କ ସେବା କରିବା ସହ ବ୍ୟବସାୟ କ୍ଷେତ୍ରରେ ସ୍ବଚ୍ଛତା ଆଣିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ସାନିଆ । ଅନ୍ୟପକ୍ଷେ ଝିଅର ସଫଳତା ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି ସାନିଆଙ୍କ ମା' ସୁନିତା ଅଗ୍ରଓ୍ବାଲ । କଳାହାଣ୍ଡି ଜିଲ୍ଲାରେ ବାଣିଜ୍ୟରେ ଟପ୍ପର ହେବା ଖବର ପ୍ରଚାର ହେବା ସାନିଆଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.