ETV Bharat / state

ସମୂହ ଛୁଟିରେ ଅମଲା: ସରକାରୀ କାର୍ଯ୍ୟ ଠପ, ହନ୍ତସନ୍ତ ଜନସାଧାରଣ - ଗ୍ରେଡ ପେ ଲେବୁଲ ବୃଦ୍ଧି ଦାବିରେ ଅମଲା

ଗ୍ରେଡ ପେ' ଲେବୁଲ ବୃଦ୍ଧି ଦାବିରେ ଗତ ଗୁରୁବାରଠାରୁ ଅମଲା ସଙ୍ଘ ସମୂହ ଛୁଟିରେ ଅଛନ୍ତି । ଏହି କ୍ରମରେ କଳାହାଣ୍ଡିରେ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ କର୍ମଚାରୀ। ଅଧିକ ପଢ଼ନ୍ତୁ

ଗର୍ଜିଲେ ଶତାଧିକ ଅମଲା କର୍ମଚାରୀ
ଗର୍ଜିଲେ ଶତାଧିକ ଅମଲା କର୍ମଚାରୀ
author img

By

Published : Jun 7, 2023, 4:21 PM IST

ଗର୍ଜିଲେ ଶତାଧିକ ଅମଲା କର୍ମଚାରୀ

ଭବନୀପଟଣା: ଗର୍ଜିଲେ ଶତାଧିକ ଅମଲା କର୍ମଚାରୀ । ସମୂହ ଛୁଟିରେ ସରକାରୀ କର୍ମଚାରୀ । ଫଳରେ ସମସ୍ତ ସରକାରୀ କାର୍ଯ୍ୟ ଠପ ହୋଇ ପଡିଛି । ସରକାରୀ କର୍ମଚାରୀ ୪୨ ଶହ ଗ୍ରେଡ୍‌ ପେ' ବୃଦ୍ଧି ଦାବିରେ ଦୀର୍ଘ ବର୍ଷ ହେଲା ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିବା ବେଳେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବା ଅଭିଯୋଗ କରିଛନ୍ତି ଅମଲା ସଙ୍ଘ । ଫଳରେ ସାରା ରାଜ୍ୟରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ ହୋଇ ପଡ଼ିଛି । ସରକାରୀ କର୍ମଚାରୀଙ୍କ ୪୨ ଶହ ଗ୍ରେଡ୍‌ ପେ' ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନେଇ ଦୀର୍ଘ ବର୍ଷ ହେଲା ସରକାରଙ୍କ ନିକଟରେ ଦାବି ହୋଇଛି ।

ମୂଳ ଦରମା ୯୩୦୦ ସହିତ ଗ୍ରେଡପେ ୪୨୦୦ ଓ ଲେବୁଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଏହା ଭିତରେ 7 ଦିନ ଅମଲାମାନେ ସମୂହ ଛୁଟିରେ ଥିବା ବେଳେ ସବୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି ପଡ଼ିଛି । ସାଧାରଣ ଲୋକଟିଏ କୌଣସି କାର୍ଯ୍ୟ ପାଇଁ କାଯ୍ୟାଳୟ ଆସିଲେ କିଛି ବି କାମ କରି ପାରୁ ନାହାନ୍ତି ।

ଅମଲା ସଙ୍ଘ ସଭାପତି ଜିତେନ୍ଦ୍ର ମୁଣ୍ଡା କହିଛନ୍ତି, "ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସିଛୁ । ସରକାରଙ୍କ ନିକଟରେ ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆମେ ଧାରଣରେ ବସିଛି । ସରକାର ଯେପର୍ଯ୍ୟନ୍ତ ଆମ ଦାବି ନପୂରଣ କରିଛନ୍ତି ସେ ପର୍ଯ୍ୟନ୍ତ କଲମ ଛାଡ କରାଯାଇଛି । ୪୨୦୦ ଓ ଲେବୁଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ ।"

ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲାର ଅମଲା ସଙ୍ଘର ଡାକରାରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମସ୍ତ ଅମଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଗତ ମେ' ମାସ ୨୧ ତାରିଖରୁ ସମସ୍ତ ସରକାରୀ କର୍ମଚାରୀ କଳାବ୍ୟାଚ୍‌ ପରିଧାନ କରି ସରକାରଙ୍କୁ ଚେତାବନୀ ଦେଇଥିଲେ । ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ମିଳିତ ଅମଲା କର୍ମଚାରୀ ସଂଘ ।

ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ସମୂହ ଛୁଟିରେ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅମଲାମାନଙ୍କ ସମସ୍ୟାର ସମାଧାନ ନକଲା ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.