ETV Bharat / state

ଦୁଗ୍ଧକେନ୍ଦ୍ରରେ ଗ୍ୟାସ ଲିକ୍ ଘଟଣା, କ୍ଷତିପୂରଣ ଦାବି କଲେ ପରିବାର - ଦୁଗ୍ଧକେନ୍ଦ୍ର

କଳାହାଣ୍ଡି ଦୁଗ୍ଧକେନ୍ଦ୍ର ଗ୍ୟାସ ଲିକେଜ ହୋଇ ବିସ୍ଫୋରଣ ଘଟଣାରେ ପୀଡିତଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଦୁଗ୍ଧକେନ୍ଦ୍ରରେ ଗ୍ୟାସ ଲିକେଜ ଘଟଣା, କ୍ଷତିପୂରଣ ଦାବି କଲେ ପରିବାର

author img

By

Published : Jul 20, 2021, 9:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ଗତ ୧୬ ତାରିଖରେ ବିସ୍ଫୋରଣ ଘଟିଥିଲା । ଏଥିରେ ଗୁରୁତର ହୋଇଥିବା କର୍ମଚାରୀଙ୍କ ଚିକିତ୍ସା ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ।

ଦୁଗ୍ଧକେନ୍ଦ୍ରରେ ଗ୍ୟାସ ଲିକେଜ ଘଟଣା, କ୍ଷତିପୂରଣ ଦାବି କଲେ ପରିବାର

ଗତ ୧୬ ତାରିଖ ଶୁକ୍ରବାର ଗ୍ୟାସ ଲିକେଜ ମରାମତି ସମୟରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୩ ଜଣ କର୍ମଚାରୀ ଗୁରୁତର ହେବା ଘଟଣାର ପ୍ରଶାସନିକ ତଦନ୍ତ ଜାରି ରହିଥିବା ବେଳେ ଘଟଣାରେ ପୀଡିତ କର୍ମଚାରୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ସଗାଯୋଗ ପାଇଁ ନିବେଦନ କରିଛନ୍ତି ପରିବାର ବର୍ଗ । ଏହାସହିତ ଆସନ୍ତା ଦିନରେ ପିଡୀତଙ୍କ ଉତ୍ତମ ଚିକିତ୍ସା ସହ ପରିବାର ବର୍ଗ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

ତେବେ ଦୁର୍ଘଟଣାରେ ପୀଡିତ ଶ୍ରମିକମାନେ ଓମଫେଡର ପ୍ରତ୍ୟକ୍ଷ କର୍ମଚାରୀ ଥିଲେ ନାଁ କୌଣସି ଠିକା ସଂସ୍ଥା ମାଧ୍ୟମରେ ମରାମତି ଦାୟିତ୍ବକୁ ତୁଲାଉ ଥିଲେ ସେନେଇ କୌଣସି ତଥ୍ୟ ସ୍ପଷ୍ଟ ହୋଇପାରି ନାହିଁ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.