ଭବାନୀପାଟଣା: କଳାହାଣ୍ଡିରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ବିରୋଧ । କଂଗ୍ରେସ କର୍ମୀ ଅଣ୍ଡାମାଡ କରିବା ସହ କଳାପତାକା ପ୍ରଦର୍ଶନ କରି ବିରୋଧ କରିଥିଲେ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାର ବାଦ ବିବାଦ ଭିତରେ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ। ଜିଲ୍ଲାର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ମାନେ ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନ ପ୍ରକ୍ରିୟା ଚାଲିଛି।
ବୁଧବାର ଥୁଆମୂଳ ରାମପୁର ଡୁମେର ପଦର ପଞ୍ଚାୟତରେ BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ରୁଷାରକାନ୍ତି ବେହେରା ଯିବା ସମୟରେ କଂଗ୍ରେସ କର୍ମୀ ମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବା ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି।
ମମିତାଙ୍କୁ ନ୍ୟାୟ ଦାବିରେ ଏବେ ରାଜ୍ୟ ରାଜନୀତି ସହରାଞ୍ଚଲରୁ ଗ୍ରାମାଞ୍ଚଳରେ ପହଞ୍ଚିଛି। ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ଗର୍ଜନ ବଢ଼ିବାରେ ଲାଗିଛି।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ