ଭବାନୀପାଟଣା: ଓଏସଏସସିରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ପ୍ରତିବାଦ କରିଛି ବିଜେପି । କଳାହାଣ୍ଡି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭବାନୀପାଟଣା ଗାନ୍ଧୀଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଦଳ ପକ୍ଷରୁ ପ୍ରଥମେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଗାନ୍ଧୀ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏବଂ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଜିଲ୍ଲା ସଭାପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ।
କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ