ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ସିବିଆଇ ତଦନ୍ତ ଦାବିରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହାସହିତ ଏସପିଙ୍କ ଅଫିସକୁ ବିଜେପି ଅଣ୍ଡା ମାଡ଼ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମନ୍ତ୍ରୀଙ୍କ ଭୂମିକା ନେଇ ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କର୍ମୀ ପାର୍ଟି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲା । ଏହାପରେ SPଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ସହ SPଙ୍କ ଅଫିସ ଉପରକୁ ଅଣ୍ଡା ମାଡ଼ କରିଯାଇଥିଲା । ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବା ନେଇ ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ଦାବି କରିଛି ।
ତେବେ ସୂଚନା ଥାଉ କି କଳାହାଣ୍ଡି ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୀତି ସରଗରମ ହୋଇଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଭିନ୍ନ ରାଜନୈତିକ ଦଳ ତାଙ୍କର ଇସ୍ତଫା ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ