ETV Bharat / state

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ଆନ୍ଦୋଳନ

author img

By

Published : Feb 15, 2023, 9:41 PM IST

କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ବିଜେପିର ଆନ୍ଦୋଳନ । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ବିଜେପିର ଆନ୍ଦୋଳନ
bjp protest in kalahandi

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପିର ଆନ୍ଦୋଳନ

ଭବାନୀପାଟଣା: ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ୩ ଦିନ ଧରି ଆନ୍ଦୋଳନ କରିବ ଦଳ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରିବା ସହ ବିିଭିନ୍ନ ଦାବି ଆନ୍ଦୋଳନ କରିଥିଲା ବିଜେପି ।

ଜିଲ୍ଲା ସାଂସଦ ବସନ୍ତା ପଣ୍ଡାଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଶହ ଶହ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ, ଜେଲରେ ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁ ମୃତ୍ୟୁ ଏବଂ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବେବିନା, ପରି, ଇତିଶ୍ରୀ ଭଳି ବଡ଼ ବଡ଼ ଘଟଣାକୁ ରାଜ୍ୟ ସରକାର ଚାପି ଦେଉଥିବା ବିଜେପି ଅଭିଯୋଗ ଆଣିଛି ।

ଏହା ମଧ୍ୟ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ: ସତ ସାମ୍ନାକୁ ନ ଆସିଲେ ପୋଲିସ ପୋଷାକରେ ଲାଗିବ କଳଙ୍କ: ବିଜୟ ମହାପାତ୍ର

ଏନେଇ ସାଂସଦ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ଇତି ମଧ୍ୟରେ ନବ ଦାସଙ୍କର ହତ୍ୟାକୁ ୧୭ ଦିନ ବିତି ଯାଇଛି । ହେଲେ ସତ କଣ ବାହାରି ପାରୁନାହିଁ । ଏହାକୁ ନେଇ ଆଗାମୀ ଦିନରେ ବିଜେପି ବିକ୍ଷୋଭକୁ ଆହୁରି ଶାଣିତ କରିବ ।" ମୁଖମନ୍ତ୍ରୀ ତୁରନ୍ତ ଗାଦି ଛାଡନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ପାଖେଇ ଆସୁଛି ନିର୍ବାଚନ । କୌଣସି ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ: Guidelines For Cops: ମନ୍ତ୍ରୀଙ୍କୁ ହତ୍ୟା ପରେ ଚେତିଲା ପୋଲିସ୍, ଫିଟ୍‌ ରହିବାକୁ ଜାରି ହେଲା SOP

ଏହାରି ଭିତରେ ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟବାସୀ ଯେଉଁ ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରି ବସିଛନ୍ତି, ତାହା ବାଟବଣା ହେବନାହିଁ ତ ? ଏଭଳି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣାରେ ବାରମ୍ବାର ଶାସକ ବିଜେଡିକୁ କାଠଗଡ଼ାରେ ଛିଡ଼ା କରୁଛନ୍ତି ବିରୋଧି । ଏହି କାଠଗଡ଼ାରୁ ମୁକୁଳିବା ପାଇଁ ବିଜେଡି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ହତିଆର କରିଛି ବୋଲି ବିଜେପି ଅଭିଯୋଗ ଆଣିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.