ETV Bharat / state

ମଣ୍ଡି ସମସ୍ୟା ନେଇ ଆଜି 12 ଘଣ୍ଟିଆ କଳାହାଣ୍ଡି ବନ୍ଦ

author img

By ETV Bharat Odisha Team

Published : Jan 4, 2024, 12:25 PM IST

Updated : Jan 4, 2024, 4:33 PM IST

Kalahandi bandh: ମଣ୍ଡି ସମସ୍ୟା ନେଇ ଆଜି ବିଜେପି ପକ୍ଷରୁ 12 ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା । ଅଧିକ ପଢନ୍ତୁ

କଳାହାଣ୍ଡି ବନ୍ଦ ଡାକରା
kalahandi bandh

ମଣ୍ଡି ସମସ୍ୟା ନେଇ ଆଜି 12 ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା: ଆଜି 12 ଘଣ୍ଟିଆ କଳାହାଣ୍ଡି ବନ୍ଦ । ମଣ୍ଡି ସମସ୍ୟାକୁ ନେଇ ସକାଳ 6ରୁ ସନ୍ଧ୍ୟା 6ଟା ଯାଏଁ ବନ୍ଦ ଡାକରା ଦେଇଛି ବିଜେପି । ବନ୍ଦ ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଏଥିରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି । ଜିଲ୍ଲାର 13 ଗୋଟି ବ୍ଲକରେ ବନ୍ଦ ପାଳନ କରୁଛନ୍ତି ବିଜେପି କର୍ମୀ । ଭବାନୀପାଟଣା ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ବିଜେପି କର୍ମୀ ସହରର ପ୍ରବେଶ ପଥକୁ ଅବରୋଧ କରିଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ମଣ୍ଡି ଅବ୍ୟବସ୍ଥା ସହ କଟନୀ ଛଟନୀ ନେଇ ଗତ 7 ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ବିଜେପି । କୌଣସି ସୁଫଳ ନମିଳିବାରୁ ଆଜି ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ବରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ମଣ୍ଡି ଅବ୍ୟବସ୍ଥା, ଛତିଶଗଡକୁ ଚାଲାଣ ହେଉଛି ଧାନ

କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ଦ୍ବିତୀୟ । ଚଳିତ ବର୍ଷ ଜିଲ୍ଲାରେ ଧାନ ଚାଷ ଭଲ ହୋଇଥିବାରୁ ଅମଳ ଧାନକୁ ନେଇ ଚାଷୀ ବେଶ ଉତ୍ସାହିତ ରହିଥିଲେ । କିନ୍ତୁ ମଣ୍ଡି ସମସ୍ୟା ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ ।

ଜିଲ୍ଲାର ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ଶେଷ ପର୍ଯ୍ୟାୟରେ । ବିଶେଷକରି ଜୟପାଟଣା, ଧର୍ମଗଡ, ଜୁନାଗଡ ଓ ଭବାନୀପାଟଣା ବ୍ଲକରେ ଚାଷୀ ଧାନ ଅମଳ କରି ଖଳାରେ ରଖିଛନ୍ତି । ମୋଟ ଚାଷର ପ୍ରାୟ 80 ଭାଗ ଅମଳ ହୋଇସାରିଥିଲେ ହେଁ ଜିଲ୍ଲାରେ ସରକାରୀ ଦରରେ ଧାନ ସଂଗ୍ରହ ଠିକ୍ ଭାବରେ ହୋଇପାରି ନାହିଁ । ପ୍ରାୟ 200ଟି ଧାନ ମଣ୍ଡିରେ ଧାନ କ୍ରୟକୁ ତ୍ଵରାନ୍ବିତ କରିଛି ଜିଲ୍ଲା ଯୋଗାଣ ବିଭାଗ । ହେଲେ ବିଭିନ୍ନ ମଣ୍ଡିମାନଙ୍କରେ ଚାଷୀଙ୍କ ଧାନ ଦିନ ଦିନ ଧରି ପଡ଼ି ରହୁଥିବା ବେଳେ ଏହାକୁ ନେଇ ରଜନୈତିକ ମାହୋଲ ସରଗରମ ହୋଇଛି ।

ଗୋଟିଏ ପଟେ କଂଗ୍ରେସ ମଣ୍ଡିକୁ ଚାଲ ଅଭିଯାନ ଆରମ୍ଭ କରି ସରକାରଙ୍କୁ ଘେରିବାକୁ ଲାଗିଥିବା ବେଳେ ଏବେ ବିଜେପି ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି । ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ବରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶତାଧିକ ବିଜେପି କର୍ମୀ ଜିଲ୍ଲାର 13 ଗୋଟି ବ୍ଲକରେ ବନ୍ଦ ପାଳନ କରୁଛନ୍ତି । ଏହାର ପ୍ରଭାବରେ ସ୍କୁଲ, କଲେଜ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ରାଜ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରୁଛନ୍ତି ବିଜେପି କର୍ମୀ । ଭବାନୀପାଟଣା ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ଇଟିଭି ଭାରତ, କଳାହାଣ୍ଡି

Last Updated : Jan 4, 2024, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.