ETV Bharat / state

କଳାହାଣ୍ଡିରେ ବିଜେପିର କାର୍ଯ୍ୟକାରିଣୀ ବୈଠକ - ଭବାନୀପାଟଣା ବିଜେପିର କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ନବ ଗଠିତ କାର୍ଯ୍ୟକାରୀ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡି ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

author img

By

Published : Mar 14, 2021, 9:32 PM IST

ଭବାନୀପାଟଣା: ଜିଲ୍ଲା ଭାରତୀୟ ଜନତା ପାର୍ଟିର ନବ ଗଠିତ କାର୍ଯ୍ୟକାରୀ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ରମେଶ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ପ୍ରମୁଖ ଯୋଗ ଦେଇ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ କରିଥିଲେ ।

କଳାହାଣ୍ଡି ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଦୀର୍ଘ ବର୍ଷ ତଳେ ପନ୍ଦର ଜଣ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ଆଜି ପନ୍ଦର କୋଟିର କାର୍ଯ୍ୟକର୍ତ୍ତାଙ୍କ ଦଳରେ ପରିଣତ ହୋଇ ପାରିଛି ଏବଂ ଦଳ ରାଜନୀତିରୁ ଊର୍ଦ୍ଧ୍ବରେ ରହି ନୀତି ଓ ଆଦର୍ଶରେ ବିଶ୍ୱାସ କରିବା ସହ ଦେଶ ଗଠନ, ଦଳର ପ୍ରାଥମିକତା ବୋଲି ସଭାପତି ସାଂସଦ ବସନ୍ତ ପଣ୍ଡା ପ୍ରକାଶ କରିଥିଲେ ।

ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ତଥା ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି, ଭ୍ରଷ୍ଟାଚାର, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ମଣ୍ଡି ସମସ୍ୟାକୁ ନେଇ ବିଜେପିର ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୋଦି ସରକାରଙ୍କ ସୁଶାସନ ନୀତିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.