ETV Bharat / state

କୃଷି ସମସ୍ୟା ପ୍ରତିବାଦ: 5 ତାରିଖରେ ନୂଆପଡ଼ା ବନ୍ଦ ଡାକରା ଦେଲା ବିଜେପି

author img

By ETV Bharat Odisha Team

Published : Jan 2, 2024, 9:03 PM IST

BJP called Nuapada Bandh: ଆସନ୍ତା 5 ତାରିଖ ଦିନ ନୂଆପଡ଼ା ବନ୍ଦ ଡାକରା ଦେଲା ବିଜେପି । ବିଭିନ୍ନ କୃଷି ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଅଧିକ ପଢ଼ନ୍ତୁ

5 ତାରିଖରେ ନୂଆପଡ଼ା ବନ୍ଦ ଡାକରା ଦେଲା ବିଜେପି

ନୂଆପଡ଼ା: ବିଜେପିର ନୂଆପଡ଼ା ବନ୍ଦ ଡାକରା । 4 ତାରିଖରେ କଳାହାଣ୍ଡି ପରେ ଆସନ୍ତା 5 ତାରିଖ ଦିନ ସକାଳ 6ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାରେ ଅଖ ଚକ ବନ୍ଦ ରଖିବାକୁ ଆହ୍ବାନ ଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ମଙ୍ଗଳବାର ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ କଳାହାଣ୍ଡିର ବିଜେପି ସାଂସଦ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ବିରୋଧରେ ଗର୍ଜିଛନ୍ତି । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ଚଳିତ ମାସ ଜାନୁଆରୀ 5 ତାରିଖ ଦିନ ନୂଆପଡ଼ା ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ବନ୍ଦ ପାଳନ ସକାଳ 6ଟାରୁ ଆରମ୍ଭ ହୋଇ ଅପରାହ୍ନ 3ଟା ପର୍ଯ୍ୟନ୍ତ ଦୀର୍ଘ 8 ଘଣ୍ଟା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ନେଇ ସାମ୍ବାଦିକ ସମ୍ମିଳନୀରେ ସାଂସଦ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ କହିଛନ୍ତି, "କେନ୍ଦ୍ର ସରକାର ଅନ୍ନଦାତା ଚାଷୀଙ୍କ ବିଭିନ୍ନ ସମସ୍ୟା ପ୍ରତି ଅବଗତ ରହି ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି । ହେଲେ ରାଜ୍ୟ ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି, ମଣ୍ଡିରେ କଟନୀ ଛଟନୀ କରି ରାଜ୍ୟ ସରକାରଙ୍କ ଇଙ୍ଗିତରେ ଚାଷୀ ଶୋଷଣର ଶିକାର ହେଉଛି ।" ଏହାର ବିରୋଧରେ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଥିବା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଏଥିରେ ଯାନବାହାନ ଅଖଚକ ବନ୍ଦ ରହିବ, ବ୍ୟବସାୟୀ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ରାସ୍ତାଘାଟରେ ଚଳାଚଳ, ବ୍ୟାଙ୍କ, ବିଦ୍ୟାଳୟ ସହିତ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରଖିବାକୁ ବୋଲି ଚେତାବନୀ ଦେଇଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...କୃଷି ସମସ୍ୟା ପ୍ରତିବାଦ: ୪ତାରିଖରେ ବିଜେପିର କଳାହାଣ୍ଡି ବନ୍ଦ ଡାକରା

ଏହି ଆନ୍ଦୋଳନରେ ବିଜେପି ବିଭିନ୍ନ ଦାବି ରଖିଛି । ଏନେଇ ସାଂସଦ କହିଛନ୍ତି, "ରାଜ୍ୟ ସରକାର ଚାଷୀଙ୍କ ଚାଷ କାମପାଇଁ ମାଗଣାରେ 300 ୟୁନିଟ ବିଜୁଳି ଯୋଗାଇ ଦିଅନ୍ତୁ, ମଣ୍ଡିରେ କାର୍ଯ୍ୟରତ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଉ, ଜିଲ୍ଲାରେ କପା ଓ ମକା ମଣ୍ଡି ଖୋଲି ଚାଷୀଙ୍କୁ ଅଭାବୀ ବିକ୍ରିରୁ ବଞ୍ଚାଯାଉ, ଡିପ୍‌ ବୋରୱେଲ ଯୋଜନାରେ 20 ହଜାର ସିକ୍ୟୁରିଟି ଜମା ବନ୍ଦ କରି ମାଗଣାରେ କରାଯାଉ । ବୋଡେନ୍‌ ସିନାପାଲି ଅଞ୍ଚଳର ଚାଷ ଜମିକୁ ଜଳ ସେଚନ କରିବା ପାଇଁ ତୁରନ୍ତ ଉଦନ୍ତୀ ବ୍ୟାରେଜ ନିର୍ମାଣ କରାଯାଉ । ଲୋୟର ଇନ୍ଦ୍ର ପ୍ରକଳ୍ପରେ କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରାଯାଉ ।" ଏଭଳି ଏକାଧିକ ଦାବିକୁ ନେଇ ବିଜେପି ନୂଆପଡ଼ା ଜିଲ୍ଲା ବନ୍ଦ କରିବ ବୋଲି ସାଂସଦ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.