ETV Bharat / state

ଫୋକସରେ ସାଧାରଣ ନିର୍ବାଚନ, ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି - ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି

ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । କଳାହାଣ୍ଡି ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି
ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି
author img

By ETV Bharat Odisha Team

Published : Sep 8, 2023, 10:01 PM IST

ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି

ଭାବାନୀପାଟଣ: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତି ସେତିକି ସରଗରମ ହେଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । ଯାହାକୁ ନେଇ ବିଭିନ୍ନ ଦଳ ମଧ୍ଯରେ ଶକ୍ତି ପ୍ରଦର୍ଶନ ଜୋରଧରିଛି । ଏହାରି ମଧ୍ୟରେ କଳାହାଣ୍ଡି ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ ଆଣି ସଭା ଆୟୋଜନ କରିବାର ଗୋଟିଏ ମାସ ମଧ୍ୟରେ ବିଜେଡି ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛି । ବିଜେଡି ଦୁଇ ଦୁଇ ଥର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ଆୟୋଜନ କରି ହଜାର ହଜାର ମହିଳାମାନଙ୍କୁ ନେଇ ଶୋଭାଯାତ୍ରା କରିଛି ।

ବିଜେଡି ଭବାନୀପାଟଣା ଠାରେ ଥିବା ଟାଉନ ହଲ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଜି ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସେଠାରୁ ଶୋଭାଯାତ୍ରା ବାହାରି ଟାଉନ ହଲ ଠାରେ ପହଞ୍ଚିଥିଲେ। ପରେ ସେଠାରେ ଅନୁଷ୍ଠିତ ହୋଇଥିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲଳିତା ନାଏକଙ୍କ ଅଧ୍ୟକ୍ଷାତାରେ ଏହି ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଥିଲା । ବୌଠକରେ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପେଟେନ୍ ଦିବ୍ୟଶଙ୍କର ମିଶ୍ର , ଲାଞ୍ଜିଗଡ ବିଧ୍ୟାୟକ୍ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ ବିଧାୟକ ମୌଶଧି ବାଗଙ୍କ ସମେତ ସମସ୍ତ ପୂର୍ବତନ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ..ରାୟପୁରରେ ସରିଲା କଂଗ୍ରେସର 3 ଦିନିଆ ମହାଧିବେଶନ, ଫୋକସରେ ସାଧାରଣ ନିର୍ବାଚନ

ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ କହିଛନ୍ତି, ‘‘ଆଜି ବିଜେପି ଓ କଂଗେସର ୩୦ଜଣ କର୍ମୀ ବିଜେଡିରେ ଯୋଗ ଦାନ କରିଛନ୍ତି । ଦଳ ପକ୍ଷରୁ ସେମାନଙ୍କୁ ସ୍ଵାଗତ ସମ୍ବୋର୍ଦ୍ଧନା ଜଣାଯାଇଛି । ଆସନ୍ତା ନିର୍ବାଚନ ସମୟରେ କିଭଳି ଦଳ ପାଇଁ କାର୍ଯ୍ୟ କରାଯିବ ଓ ତୃଣମୂଳ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାମ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଲୋକ ସଚେତନ ଜାରି ରହିଛି । ଘରକୁ ଘର ଯାଇ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ, ଅଞ୍ଚଳର ସମସ୍ୟାର ସମାଧାନ ଓ ବିକାଶର ଚିହ୍ନ ଶଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଯିବ ସେନେଇ କାର୍ଯ୍ୟ କରାଯିବ ।’’

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.