ETV Bharat / state

ଅପହଞ୍ଚ ଇଲାକା ପହଞ୍ଚିବ ସ୍ବାସ୍ଥ୍ୟସେବା, କଳାହାଣ୍ଡିରେ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ - କଳାହାଣ୍ଡିରେ ବାଇକ ଆମ୍ବୁଲାନ୍ସ ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା । ପାହାଡ଼ ପର୍ବତ ମଧ୍ୟରେ ରହୁଥିବା ଲୋକେ ସ୍ବାସ୍ଥ୍ୟସେବା ପାଇବା ପାଇଁ ଏହି ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟ ସେବା ପାଇଁ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ

author img

By

Published : Jul 23, 2022, 7:35 AM IST

ଭବାନୀପାଟଣା: ଅପହଞ୍ଚ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ହେବ ସହଜ । ଏନେଇ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି ବାଇକ ଅମ୍ବୁଲାନ୍ସ ସେବା । ଜିଲ୍ଲାର ପାହାଡ଼ ପର୍ବତ ମଧ୍ୟରେ ରହୁଥିବା ଲୋକେ ସ୍ବାସ୍ଥ୍ୟସେବା ପାଇବା ପାଇଁ ଚାରିଚକିଆ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା କାରଣରୁ ଏହି ସେବା ଆରମ୍ଭ ହୋଇଛି ।

ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟ ସେବା ପାଇଁ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ
ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟ ସେବା ପାଇଁ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ

ବିଶେଷ କରି ଗର୍ଭବତୀ ମହିଳା ଆମ୍ବୁଲାନ୍ସ ସେବା ନପାଇ ବାଟରେ ପ୍ରସବ କରିବା ଘଟଣା ବାରମ୍ବାର ଲୋକଲୋଚନକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଞ୍ଚଳ ପାଇଁ ଦୁଇଟି ବାଇକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । କଳାହାଣ୍ଡି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାବେଳେ ଆଜି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ଉପଯୁକ୍ତ ସ୍ବାସ୍ଥ୍ୟସେବା ।

ମୁଖ୍ୟତଃ ଗ୍ରାମାଞ୍ଚଳର ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ସମୟରେ ଭାରରେ ବୋହି ମେଡିକାଲ କିମ୍ବା ଆମ୍ବୁଲାନ୍ସ ପର୍ଯ୍ୟନ୍ତୁ ଅଣାଯାଉଛି । ଜିଲ୍ଲାର ପାହାଡିଆ ଅଞ୍ଚଳ ତଥା ରାସ୍ତା ସମସ୍ୟା ଥିବା ଅଞ୍ଚଳ ପାଇଁ ବାଇକ ଆମ୍ବୁଲାନ୍ସ ସେବା କିଛି ମାତ୍ରାରେ ସହାୟ ହୋଇ ପାରିବ। ଶୁକ୍ରବାର ଭବାନୀପାଟଣା ସହରାଞ୍ଚଳ ହସ୍ପିଟାଲରେ ଏହାର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ । ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲାର ଅପହଞ୍ଚ ଇଲାକାରୁ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ବାଇକ ଆମ୍ବୁଲାନ୍ସ ଯୋଗେ ସହଜରେ ଅଣାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.